ନୟାଗଡ଼, (ବାଘୁଆବାର୍ତ୍ତା): ଯିଏ ଦିନେ କଇଁଚିରେ କପଡା କାଟି ପରିବାର ପ୍ରତିପୋଷଣ କରୁଥିଲା । ସ୍ତ୍ରୀ ମୁହଁରେ ଦାନା ଦେଉଥିଲା । ଆଜି ସେହି କଇଁଚି ସାହାଯ୍ୟରେ ସ୍ତ୍ରୀକୁ ଆକ୍ରମଣ କରିଛି । ଏବେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତିି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ଖର୍ଦ୍ଧା ସାହିରେ । ପାରିବାରିକ କଳହ ଉଗ୍ରରୂପ ନେଇଛି । ସୂଚନା ଅନୁଯାୟୀ ଚୌଦ୍ୱାର ଖର୍ଦ୍ଧା ସାହିର ଫକିର ସାହୁ ଓ ତାଙ୍କ ସ୍ତ୍ରୀ ବାସନ୍ତିଙ୍କ କୌଣସି ପିଲାପିଲି ନାହିଁ । ଦୁହେଁ ସ୍ଥାନୀୟ ଏକ ଟେଲର ଦୋକାନରେ କାମକରି ଚଳୁଥିଲେ । ମାତ୍ର ଶନିବାର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡା ହୋଇଥିଲା । ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । ଫଳରେ ଫକିର କଇଁଚିରେ ସ୍ତ୍ରୀ ବାସନ୍ତିକୁ ଆକ୍ରମଣ କରିଥିଲା । ଯାହାଫଳରେ ବାସନ୍ତି ଗୁରୁତର ହୋଇ ପଡ଼ିଥିଲା । ଚୌଦ୍ୱାରା ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ôଚ ବାସନ୍ତିକୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇବା ସହିତ ଫକିରକୁ ଥାନାକୁ ନେଇ ଘଟଣାର ତଦନ୍ତ ଚଳାଇଛି ।





