Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଜନ କମାଏ ଭୃସଙ୍ଗ ପତ୍ର

by ସଞ୍ଜୟ ସ୍ୱାଇଁ
June 29, 2021
in Health, State
ଓଜନ କମାଏ ଭୃସଙ୍ଗ ପତ୍ର
222
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଭୃସଙ୍ଗ ପତ୍ର ନାଁଟି ତ ଆପଣ ଶୁଣିଥିବେ, ଯାହା ଭାରତୀୟମାନେ ଅଧିକାଂଶ ରୋଷେଇରେ ଏହାକୁ ବ୍ୟବହାର କରିଥାନ୍ତି । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନଥାଏ ବରଂ ବିଭିନ୍ନ ରୋଗକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର କେତେକ ଉପକାରିତା ବିଷୟରେ । ପ୍ରତିଦିନ ଭୁସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରରେ ସ୍ୱାଭାବିକ ଭାବରେ ହଜମ ପ୍ରକ୍ରିୟା ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ – ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ମେଟାବୋଲିଜିମ୍ କୁ ମଧ୍ୟ ମଜବୁତ କରିଥାଏ । କେଶ, ଚର୍ମ ଏବଂ ଦାନ୍ତ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ । ଏଥିରେ ଭିଟାମିନ ସି ଓ ଇ ଭର୍ପୁର ପରିମାଣରେ ରହିଥାଏ । ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ଖାଲି ପେଟରେ ୮-୧୦ଟି ଭୃସଙ୍ଗ ପତ୍ରକୁ ଜୁସ୍ କରି ପିଇବା ଦ୍ୱାରା ଶରୀରର ପାଚନ କ୍ରିୟା ଭଲ ହେବା ସହିତ ପେଟର ଜୀବାଣୁ ମରିଯାଆନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୃସଙ୍ଗ ପତ୍ର ଜୁସ ପିଇଲେ ଶରୀର ଓଜନ ମଧ୍ୟ ହ୍ରାସ ହୋଇଥାଏ । ଏହି ପତ୍ରରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ ଓଜନ କମାଇବାର ଏହା ହେଉଛି ଆପଣଙ୍କ ପାଇଁ ଅତ୍ୟନ୍ତ ସହଜ ଉପାୟ । ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥା ଓ ମଧୁମେହ ରୋଗୀଙ୍କ ପାଇଁ ଭୃସଙ୍ଗ ପାଉଡରର ଉପକାରୀତା ଓ ଏହାର ପ୍ରସ୍ତୁତି ପ୍ରଣାଳୀ – ୨ଟି ପାତ୍ରରେ ଭୃସଙ୍ଗ ପତ୍ର ନିଅନ୍ତୁ । ତାପରେ ଏହାକୁ ଖରାରେ ଶୁଖାଇ ଭଲ ଭାବରେ ଗ୍ରାଇଡ୍ରିଙ୍ଗ୍ କରିଦିଅନ୍ତୁ । ଏହା ପରେ ପ୍ରତିଦିନ ସକାଳେ ଏହାକୁ ବ୍ୟବହାର କରନ୍ତୁ । ଏହି ପାଉଡରକୁ ବ୍ୟବହାର କରିବା ଦ୍ୱାରା ଗର୍ଭାବସ୍ଥା ଲାଭଦାୟକ ହେବା ସହ ମଧୁମେହକୁ ମଧ୍ୟ ହ୍ରାସ କରିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!