Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟୁତ ସଂସ୍ପର୍ଶରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, କ୍ଷତି ପୁରଣ ଦାବିରେ ମୃତଦେହ ରଖି ରାସ୍ତାରୋକ

by ସଞ୍ଜୟ ସ୍ୱାଇଁ
July 25, 2021
in State
ବିଦ୍ୟୁତ ସଂସ୍ପର୍ଶରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, କ୍ଷତି ପୁରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
128
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବିଦ୍ୟୁତ ସଂସ୍ପର୍ଶରେ ଲାଗି ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ। କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବଡ଼ବିଲ ଗ୍ରାମରେ । ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବଡ଼ବିଲ ଗ୍ରାମରେ ଏକ ଫାର୍ମ ହାଉସରେ ବିଦ୍ୟୁତ୍ କାମ କରିବାକୁ ଭାଗିରଥୀ ମାଝୀ ନାମକ ଜଣେ ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀ ଶଙ୍କର ମଲ୍ଲିକଙ୍କ ସହ ଯାଇଥିଲେ। ସେଠାରେ ବିଦ୍ୟୁତ୍ କାଟ କରି ଭାଗିରଥୀ ସଜାଡ଼ୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଭାଗିରଥୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେଠାରେ ଟଳି ପଡିଥିଲେ। ତାଙ୍କୁ ତୁରନ୍ତ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଭାଗିରଥୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମୃତକ ଭାଗିରଥୀ ହେଉଛନ୍ତି ପୂର୍ବତନ ବିଦ୍ୟୁତ କର୍ମଚାରୀ କାଲୁ ମାଝୀଙ୍କ ପୁଅ। ରେମୁଣା ଥାନା ଅଧିନ ଅଯୋଧ୍ୟା ନଗରପାଟଣାରେ ସେ ରୁହନ୍ତି। ସେ ସଜନାଗଡ଼ ବିଦ୍ୟୁତ ଷ୍ଟ୍ରକଚରରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ୟ୍ୟ କରନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଲାଇନମ୍ୟାନ୍ ଜଣକ ନିଜେ କାମ ନକରି ଭାଗିରଥୀଙ୍କୁ କଣ ପାଇଁ କାମରେ ଲଗାଇଥିଲେ ? ଆଜି ଭାଗିରଥୀଙ୍କର ଜୀବନ ଗଲାପରେ ତାଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହେବ। ତେବେ ଘଟଣାସ୍ଥଳରେ ବହୁ ସମୟ ଧରି ବିଭଗୀୟ ଅଧିକାରୀ ନପହଞ୍ଚିବାରୁ ପରିବାର ଓ ଗ୍ରାମବାସୀମାନେ ହସ୍ପିଟାଲ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ଘଟଣାର ତଦନ୍ତ କରିବା ସହ କ୍ଷତିପୂରଣ ଦାବିରେ ଏହି ଧାରଣା ଦିଆଯାଇଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ପରିବାରଙ୍କ ଦାବିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ। ଉପଜିଲ୍ଲାପାଳ ଓ ଏସଡିପିଓ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରି ତୁରନ୍ତ କ୍ଷତିପୂରଣ ଦେବାସହ ଘଟଣାର ତଦନ୍ତ ପୂର୍ବକ କାର୍ୟ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କିଛି ମାସ ପୂର୍ବରୁ ସଜନାଗଡ଼ ଷ୍ଟ୍ରକଚର ଅଧୀନ ନରଣପୁର ଅଞ୍ଚଳର ଜଣେ ଅସ୍ଥାୟୀ କର୍ମଚାରୀର ମୃତ୍ୟୁ ପରେ ବହୁ ତୁମ୍ବିତୋଫାନ ଉଠିଥିଲା। କ୍ଷତିପୂରଣ ବାବଦରେ କାର୍ୟ୍ୟରତ ଲାଇନମ୍ୟାନ କିଛି ଟଙ୍କା ଦେଇ ଖସିଯାଇ ନିଜର ଚାକିରୀ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଥିଲେ। ଏପରିକି ବିଭାଗୀୟ ଏସଡିଓ ଏବଂ ଜେଇଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ବହୁ କଷ୍ଟରେ ସେମାନେ ଘଟଣାକୁ ସମାଧାନ କରି ଖସି ଯାଇଥିଲେ। ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ଅଧିକାରୀଙ୍କ ଅପାରଗତା ପଦାରେ ପଡିଛି।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!