ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୁଲିସ୍ କଫ ସିରଫ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଗୋଡ଼ିପଡ଼ା ଛୋଟାତେଲିସାହିର ଲକ୍ଷ୍ମୀଧର ପାତ୍ର। ଗତକାଲି ସେ କଫ ସିରଫ ନେଇ ଓଡ଼ଗାଁ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପେଟାପଲ୍ଲି ଛକ ନିକଟରୁ ପୁଲିସ ଧରିଥିଲା। ତାଙ୍କ ପାଖରୁ ୪୮୦ ବୋତଲ କଫ ସିରଫ ଜବତ କରା ଯାଇଛି। ଆଜି ଓଡ଼ଗାଁ ଥାନାରେ ୭୧/୨୧ ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।





