ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୋତର ପଂଚାୟତ ଅନ୍ତର୍ଗତ ଟାଙ୍ଗିପାଟଣା ଗ୍ରାମରେ ଆଜି ଜଣେ ସିଆର୍ପିଏଫ୍ ଯବାନଙ୍କ ଅଚାନକ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଏହି ଗ୍ରାମର ସିଆର୍ପିଏଫ୍ ଯବାନ୍ ସନ୍ତୋଷ କୁମାର ଦାଶ ଆଜି ଗ୍ରାମରେ କ୍ରିକେଟ ଖେଲୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।





