Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଠାତ ବଦଳିଗଲା ପାଗ, ନେଇ ଗଲା ୨୧ ଧାବକଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
May 23, 2021
in NATIONAL NEWS, Sports, WORLD
ହଠାତ ବଦଳିଗଲା ପାଗ, ନେଇ ଗଲା ୨୧ ଧାବକଙ୍କ ଜୀବନ
401
VIEWS
Share on FacebookShare on Twitter

ବେଜିଂ (ବାଘୁଆବାର୍ତ୍ତା): ଖରାପ ପାଗ କାରଣରୁ ଚାଲିଗଲା ୨୧ ଜଣ ଧାବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାଇନାରେ । ଏହି ୨୧ ଜଣ ଧାବକ ଚାଇନାରେ ଆୟୋଜିତ ୧୦୦ କିଲୋମିଟର କ୍ରସ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ହେଲେ ହଠାତ କୁଆପଥର, ତୁଷାରପାତ ଏବଂ ପ୍ରବଳ ପବନ ମାଡି ଆସିଥିଲା । ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟଛି । କିଛି ନିଖୋଜ ଥିବା ଖବର ମିଳିଛି । ନିଖୋଜ ମଧ୍ୟରୁ ଜଣଙ୍କୁ ସକାଳ ୯:୩୦ ରେ ଉଦ୍ଧାର କରାଯାଇଥିଲା, କିନ୍ତୁ ତାଙ୍କ ଶରୀର ସବୁ ଅଙ୍ଗ କାମ ବନ୍ଦ କରିଦେଇଛି । ଗାନସୁ ପ୍ରଦେଶର ବେୟିନ ସହର ନିକଟରେ ଥିବା ୟେଲୋ ନଦୀର ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଜଙ୍ଗଲରେ ଅନୁଷ୍ଠିତ ଏହି ରେସରେ ହଠାତ ଖରାପ ପାଗର କଳା ଛାୟା ଦେଖା ଦେଇଥିଲା । ଏ ନେଇ ବେୟିନ ସହରର ମେୟର ଝାଙ୍ଗ ଜୁଚେନ କହିଛନ୍ତି,” ଦୌଡରେ ୨୦ ରୁ ୩୧ କିଲୋମିଟର ଉଚ୍ଚତା ଭିତରେ ହଠାତ ପାଗ ବିଗିଡି ଯାଇଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କୁଆପଥର ବର୍ଷା ଏବଂ ତୁଷାରପାତ ସାଙ୍ଗକୁ ପ୍ରବଳ ପବନ ଆରମ୍ଭ ହୋଇଥିଲା । ଏହାଦ୍ୱାରା ତାପମାତ୍ରା ଲଗାତାର ହ୍ରାସ ପାଇଥିଲା । ସେ କହିଛନ୍ତି ଯେ କିଛି ଅଂଶଗ୍ରହଣକାରୀଙ୍କ ଠାରୁ ବାର୍ତ୍ତା ପାଇବା ପରେ ମାରାଥନ ଆୟୋଜକମାନେ ଏକ ଉଦ୍ଧାରକାରୀ ଦଳ ସେଠାକୁ ପଠାଇଥିଲେ, ଯେଉଁମାନେ ୧୮ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଝାଙ୍ଗ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ ପାଗ ଖରାପ ହୋଇଥିଲା । ଯାହା ପରେ ରେସକୁ ତୁରନ୍ତ ବାତିଲ କରିଦିଆଗଲା । ପରିସ୍ଥିତିକୁ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ସହାୟତା ପାଇଁ ଉଦ୍ଧାରକାରୀ ଦଳ ପଠାଇଥିଲେ । ଝାଙ୍ଗ କହିଛନ୍ତି ଯେ ୮ ଜଣ ଧାବକ ସାମାନ୍ୟ ଆହାତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସରକାରୀ ନ୍ୟୁଜ ଏଜେନ୍ସି ଶିନହୁଆ ପୂର୍ବରୁ ରିପୋର୍ଟ କରିଥିଲା ଯେ ଖରାପ ପାଗ ଯୋଗୁଁ କିଛି ଧାବକ ହାଇପୋଥର୍ମିଆରେ ପୀଡିତ ଥିଲେ । ନ୍ୟୁଜ ଏଜେନ୍ସି କହିଛି ଯେ ପାହାଡିଆ ଅଞ୍ଚଳରେ ତାପମାତ୍ରା ରାତିରେ ଆହୁରି କମିଥିଲା, ଯାହାଦ୍ୱାରା ଉଦ୍ଧାର କାର୍ଯ୍ୟ ଅଧିକ କଷ୍ଟକର ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!