Wednesday, July 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିମିଳିପାଳରେ ଦେଖିବାକୁ ମିଳିଲା ମଗର

by ସଞ୍ଜୟ ସ୍ୱାଇଁ
July 3, 2021
in Literature, State
ଶିମିଳିପାଳରେ ଦେଖିବାକୁ ମିଳିଲା ମଗର
196
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ମଗର ପ୍ରଜାତିର କୁମ୍ଭୀର। ଅଭୟାରଣ୍ୟର ବାରାହାକାମୁଡା ରେଞ୍ଜ କାର୍ୟ୍ୟାଳୟର ସମ୍ମୁଖ ଜଳାଶୟରେ ଏହି ମଗରମାନଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ଶିମିଳିପାଳ କୋର ଅଞ୍ଚଳରେ ପ୍ରବାହିତ ନଦୀ ଗୁଡ଼ିକରେ ଏହି ପ୍ରଜାତିର କୁମ୍ଭୀରମାନଙ୍କୁ ଦେଖିବାକୁ ମିଳେ। ଯାହାକି ସମୁଦ୍ରପତ୍ତନଠାରୁ ୮୨୨ମିଟର ଉଚ୍ଚତମ ସ୍ଥାନରେ କୁହାଯାଇଛି। ଟ୍ୱିଟ୍‌ କରି ଏପରି ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟର ପୂର୍ବତନ ଉପ-ନିର୍ଦ୍ଦେଶକ। ମୟୂରଭଞ୍ଜ ଜିଲ୍ଲାର ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟ। ବ୍ୟାଘ୍ର ଓ ଔଷଧୀୟ ବୃକ୍ଷ ପାଇଁ ଏହି ଅଭୟାରଣ୍ୟ ବେଶ୍‌ ପରିଚିତ। ସେଥିପାଇଁ ଅଭୟାରଣ୍ୟ ଖୋଲିଲେ ଦୂରଦୂରାନ୍ତରୁ ଧାଇଁ ଆସନ୍ତି ପର୍ୟ୍ୟଟକ। ପର୍ୟ୍ୟଟକମାନେ ଏଠାରେ ବଣ୍ୟ ଯନ୍ତୁଙ୍କୁ ନିଜ ଆଖିରେ ଦେଖିବା ସହିତ ସୌନ୍ଦର୍ୟ୍ୟକୁ ଉପଭୋଗ କରିଥାଆନ୍ତି। ଏବେ ଆଉ ଏକ ଖୁସି ଖବର ଆସିଛି। ଏଠାରୁ ପ୍ରବାହିତ ଦେଓ ନଦୀର ପଶ୍ଚିମ, ବୁଢାବଳଙ୍ଗ, ଖଇରୀ ପ୍ରମୁଖ ନଈରେ ମଗର ବସତି ସ୍ଥାପନ କରିଥିବା ଜଣାପଡ଼ିଛି। ଏମାନେ ବୁଢ଼ାବଳଙ୍ଗ ନଦୀର ଗୋଟିଏ, ଖଡ଼ଖାଇ ନଦୀର ୨ଟି, ଖଇରୀ ନଦୀର ୪ଟି, ପୂର୍ବଦେଓ ନଦୀର ୩ଟି ଓ ପଶ୍ଚିମଦେଓ ନଦୀର ୨୮ଟି ସ୍ଥାନରେ ରହୁଥିବା ଦେଖିବାକୁ ମିଳିଛି। ୨୦୧୯ ଗଣନା ଅନୁସାରେ ୮୨ଟି କୁମ୍ଭୀର ଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ ୭୦ଟି ଦେଓ ନଦୀର ପଶ୍ଚିମରୁ ମିଳିଥିଲା। ଚଳିତବର୍ଷ ଏହି ସଂଖ୍ୟା ଅଧିକ ବୋଲି ଗଣନାରୁ ଜଣାପଡ଼ିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ରହୁଥିବା କୁମ୍ଭୀରମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍‌ ଅନୁଯାୟୀ ସିଡୁଲ୍‌ ୱାନ୍‌ ପ୍ରଜାପତିର। ଏମାନେ ସାଧାରଣତଃ ଉତ୍ତର-ପୂର୍ବ ଭାରତରେ ଦେଖାଯାଆନ୍ତି। ଏହା ବ୍ୟତୀତ ନେପାଳ, ଶ୍ରୀଲଙ୍କା, ବାଙ୍ଗୋଲାଦେଶ, ପାକିସ୍ତାନ, ଇରାନ ଆଦି ଦେଶରେ ମଧ୍ୟ ଦେଖିବାକୁ ମିଳିଥାଆନ୍ତି। ୧୯୭୫ ମସିହାରୁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଟିକରପଡାରେ ଘରିଆଲ, ମୟୂରଭଞ୍ଜ ଜିଲ୍ଲାର ରାମତୀର୍ଥ ଠାରେ ମଗର, କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ଲୁଣାପାଣି କୁମ୍ଭୀର ପ୍ରଜନନ ଏବଂ ସଂରକ୍ଷଣ ଯୋଜନା ଚାଲୁରହିଛି। ଏହା ଛଡ଼ା ନନ୍ଦନକାନନରେ ମଧ୍ୟ ଏହିଞ ତିନି ପ୍ରଜାପତିର କୁମ୍ଭୀର ଦେଖିବାକୁ ମିଳିଥାଏ। ଓଡ଼ିଶା, ଆମ ଦେଶର ଏକ ମାତ୍ର ରାଜ୍ୟ ଯେଉଁଠି ଏହି ତିନି ପ୍ରକାର ଘଡିଆଲ, ମଗର ଓ ଲୁଣାପାଣି କୁମ୍ଭୀର ଦେଖିବାକୁ ମିଳିଥାଆନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!