ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୧୪ବର୍ଷରେ ୮୦ଜଣ ଲୋକଙ୍କୁ ଆହାର କରିଛି ଓସାମା ଲାଡେନ । ଏହି ଓସାମା ଲାଡେନ କୋଉ ମଣିଷ ନୁହେଁ ଖୋଦ୍ ଏକ ନରହନ୍ତା କୁମ୍ଭୀର । କୁମ୍ଭୀରର ବର୍ବରତା କାଣ୍ଡରେ ଆତଙ୍କିତ ହୋଇଯାଇଥିଲେ ଉଗାଣ୍ଡାର ଗ୍ରାମବାସୀ । ବହୁବାର ଉକ୍ତ ନରହନ୍ତା କୁମ୍ଭୀରକୁ କାବୁ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ ହେଁ ଆଜି ଧରିବାରେ ସଫଳ ହୋଇଛନ୍ତି । ସୂଚନାନୁସାରେ, ଉଗାଣ୍ଡାରେ ଏକ ଛୋଟିଆ ଗାଁ ନିକଟରେ ହ୍ରଦ ଟିଏ ଥରଲା । ଉଗାଣ୍ଡାର ଗ୍ରାମବାସୀ ପାନୀୟ ଜଳ ପାଇଁ ଉକ୍ତ ହ୍ରଦ ଉପରେ ନିର୍ଭରଶୀଳ । ଯେଉଁ ଲୋକ ବା ପିଲା ସେ ହ୍ରଦକୁ ଯାଇଥାନ୍ତି ଓସାମା ଲାଡେନ ଭଳି ନରହନ୍ତା କୁମ୍ଭୀର ତାକୁ ଶୀକାର କରିଥାଏ । ଏମିତିକି ଦୀର୍ଘ ୩୦ବର୍ଷ ଧରି ଉକ୍ତ ଗାଁରେ ଆତଙ୍କ ଖେଳାଇ ଆସୁଥିଲା । ଉକ୍ତ ଗ୍ରାମବାସୀ ନରହନ୍ତା କୁମ୍ଭୀରକୁ ଧରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଉଗାଣ୍ଡା ଗ୍ରାମରୁ ଦୀଘଙ ୧୪ବର୍ଷରେ ୮୦ଜଣଙ୍କୁ ଶିକାର କରିଛି । ଯେଉଁ ମାନେ ଉକ୍ତ ହ୍ରଦକୁ ମାଛ ମାରିବାକୁ ଡଙ୍ଗା ନେଇ ଯାଉଥିଲେ ସେହି ଡଙ୍ଗା ଉପରକୁ ଝାମ୍ଫ ମାରି କୁମ୍ଭୀର ଶିକାର କରୁଥିଲା । ଉଗାଣ୍ଡାର ଲୋକ ଏଥିରେ ଅତିଷ୍ଠ ହୋଇ ଶେଷରେ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ଆଜି ନରହନ୍ତା କୁମ୍ଭୀରକୁ ଧରିବା ସଫଳ ହୋଇଛନ୍ତି । କୁମ୍ଭୀର ଲମ୍ବ ୧୬ଫୁଟ ଥିବା ବେଳେ ଏହାର ବୟସ ପାଖାପାଖି ୭୫ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଉକ୍ତ କୁମ୍ଭୀରକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।





