ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଳକ ଅଧିନ ସିଧାମୂଳା ନିକଟସ୍ଥ ମହାନଦୀ ଘାଟରୁ ଶୁକ୍ରବାର ସକାଳେ ମାଛ ମାରୁଥିବା ବେଳେ ଶ୍ୟାମସୁନ୍ଦର ସାହୁଙ୍କ ଜାଲରେ ଏକ ଛୁଆ ଗମୁଆଁ କୁମ୍ଭୀର ଧରା ପଡ଼ିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବରପାଇ ଖଣ୍ଡପଡ଼ା ବନାଚଂଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ ଜଲି ସାମଲ ଘଟଣାସ୍ଥଳରେ ପହଁଚିବା ପରେ ଗ୍ରାମବାସୀମାନେ କୁମ୍ଭୀର ଛୁଆଟିକୁ ତାଙ୍କୁ ହସ୍ତାନ୍ତର କରିଥିଲେ । ପରେ ଟିକରପଡ଼ା ନିକଟସ୍ଥ ସାତକୋଶିଆ କୁମ୍ଭୀର ପ୍ରଜଜନ କେନ୍ଦ୍ରକୁ ଉକ୍ତ କୁମ୍ଭୀର ଛୁଆଟିକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।






