Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୈତରଣୀ ନଦୀ ପଠାରେ ଚରୁଥିବା ମଇଁଷିକୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର

by ସଞ୍ଜୟ ସ୍ୱାଇଁ
September 27, 2021
in State
ବୈତରଣୀ ନଦୀ ପଠାରେ ଚରୁଥିବା ମଇଁଷିକୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର
144
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବା ସହ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିଛି । ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏପରିକି ନଦୀରେ କୂମ୍ଭୀର ପହଁରୁଥିବା ଦେଖିବାକୁ ମିଳିଛି। ସୋମବାର ସକାଳେ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀ ପଠାରେ କେତେକ ମଇଁଷି ଚରୁଥିଲେ । ଏହି ସମୟରେ ଗୋଟିଏ ମଇଁଷିକୁ ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା। ଅନ୍ୟପଟେ ପାଖରେ ଥିବା ଅନ୍ୟ ମଇଁଷି ଦୌଡି ପଳାଇ ଆସିଥିଲେ ।ଯାହାର ଭିଡିଓ କଏଦ ହୋଇଛି । କୁମ୍ବୀରଟି ମଇଁଷିକୁ ଧରି ଭାସୁଥିବା ଦେଖିବାକୁ ମିଳିଛି । ନଦୀରେ କୁମ୍ଭୀର ଦେଖି ଗ୍ରାମବାସୀ ଭୟରେ ଜୀବନ କାଟୁଛନ୍ତି। ଏଥି ପୂର୍ବରୁ କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଏକ ମଇଁଷିକୁ ଝାମ୍ଫି ନେଇଛି। ସୂଚନାଯୋଗ୍ୟ, ସ୍ଥାନୀୟ ଲୋକେ ପ୍ରତିଦିନ ନଈ ପାରିକରି ଯାଜପୁର ଜିଲା ଅଞ୍ଚଳକୁ ପ୍ରତିଦିନ ଯାଆସ କରିଥାନ୍ତି । ଏଥିପାଇଁ ସେମାନେ ଦେଶୀ ଡଙ୍ଗାର ବ୍ୟବହାର କରୁଥିବାରୁ ବିପଦ ଅଧିକ ରହିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!