ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଚର୍ଚ୍ଚିତ ବିରାଟ ଠକ କାହ୍ନୁ ଚରଣ ପ୍ରଧାନକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ୩ ବର୍ଷ ତଳେ କାହ୍ନୁ ଚରଣ ପ୍ରଧାନ ବିଭିନ୍ନ ଠକେଇ ଅଭିଯୋଗରେ ଜେଲ ଯାଇଥିଲେ । ପୂର୍ବରୁ ଚାନ୍ଦପୁର ଥାନାରେ ତାଙ୍କ ନାମରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏସଟିଏଫ ପକ୍ଷରୁ ୧୫/୨୦୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଲୋକଙ୍କୁ ଚାକିରି ଦେବା, ଠକିବା, ଧମକ ଚମକ ଦେବା ଆଦି ବିଭିନ୍ନ ମାମଲା ତାଙ୍କ ନାମରେ ରହିଛି । ଏସଟିଏଫ ତାଙ୍କ ଠାରୁ ୬ ଗୋଟି ନକଲି ପରିଚୟ ପତ୍ର ଜବତ କରିଛି । ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ କର୍ମୀ ବିଭିନ୍ନ ଲୋକଙ୍କୁ ଠକିଥିବା ନଜରକୁ ଆସିଛି ।

କାହ୍ନୁ ଚରଣ ପ୍ରଧାନ ନିଜକୁ ଆଶିଷ୍ଟାଣ୍ଡ ଡାଇରେକ୍ଟ ବୋଲି ପରିଚୟ ଦେଉଥିବା ବେଳେ ଗୃହ ବିଭାଗର ଅନୁସୁଚିତ ଜାତି ଓ ଜନଜାତିର ଚେୟାରମ୍ୟାନ ବୋଲି ପରିଚୟ ଦେଉଥିଲେ । ଏଥି ସହିତ ଜାତୀୟ ରାଜପଥର ସିଜେଏମ, ଜାତୀୟ ରାଜପଥର ସିସିଏମ ଓ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ପିସିଏମ ପରିଚୟ ଦେଇ ଲୋକଙ୍କୁ ଲୁଟୁଥିଲେ । ତାଙ୍କ ନାମରେ ଚାନ୍ଦପୁର ଥାନାରେ ୩୭/୨୦୨୦, ୬୬/୨୦୨୦, ୯୬/୨୦୨୦, ୧୦୬/୨୦୨୦, ୧୩୧/୨୦୨୦ ଓ ୧୩୩/୨୦୨୦ ଏହିପରି ୬ ଗୋଟି ମାମଲା ତାଙ୍କ ନାମରେ ରହିଥିଲା । ନିଜକୁ ଜଣେ ପ୍ରଶାସନିକ ଅଧିକାରୀ କହି ସେ ଅନେକ ଲୋକଙ୍କ ଠାରୁ ବହୁ ଟଙ୍କା ଠକିଥିବା ଜଣା ପଡିଛି । ନିଜକୁ ଗୃହ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇ ଏକ ବିଦେଶୀ ମଦ ଦୋକାନକୁ ଜବରଦସ୍ତ ନେଇ ଆସିଥିଲେ । ଏସଟିଏଫ ପକ୍ଷରୁ ତଦନ୍ତ କରାଯାଇ କାହ୍ନୁଙ୍କର ୧୦ ଗୋଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ କରାଯାଇଛି । ଠକ କାହ୍ନୁ ଚରଣଙ୍କର କାୟା ବିସ୍ତାର ଅନେକ ଜିଲ୍ଲାରେ ରହିଛି । ଚାନ୍ଦପୁର ଥାନାର ପୂର୍ବତନ ଆଇଆଇସି ରଶ୍ମିରଞ୍ଜନ ଦାସ କାହ୍ନୁକୁ ବାନ୍ଧିବାରେ ସଫଳ ହୋଇଥିଲେ । ଜେଲରୁ ବାହାରିଲା ପରେ ପୁଣି ତାଙ୍କ ଠକେଇ ନେଟୱାର୍କ ଆରମ୍ଭ କରିଦେଇଥିଲେ । କୋରାପୁଟ ଟାଉନ ଥାନା ୧୨୨/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ କାହ୍ନୁକୁ ବନ୍ଧା ଯାଇଛି । ଚାକିରୀ ଦେବା ନାଁରେ ଠକେଇ ମାମଲାର ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏହା ଆଗରୁ ନକଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ କହି ଠକୁଥିବା କିଶୋର ମିଶ୍ରକୁ ଗିରଫ କରାଯାଇଥିଲା । ତେବେ ସାରା ରାଜ୍ୟରେ ଏମାନେ ନେଟୱର୍କ ବିଛାଇଥିଲେ ।

ଅଢେଇ ବର୍ଷ ମଧ୍ୟରେ ଦୁଇ ଠକ କୋରାପୁଟରେ ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କାହାକୁ ଚାକିରୀ ଦେବାକୁ କହି ଟଙ୍କା ନେଇଛନ୍ତି ତ କାହାକୁ ଟ୍ରାନ୍ସଫର କରି ଦେବାକୁ କହି ନେଇଥିଲେ। କେତେବେଳେ ନିଜକୁ ଆଇ ଆଣ୍ଡ ପିଆର ବିଭାଗର ବରିଷ୍ଠ ଅଧିକାରୀ କହୁଥିଲେ ତ ଆଉ କେତେବେଳେ ସୂଚନା ଅଧିକାର କର୍ମୀ ଭାବରେ ପରିଚୟ ଦେଉଥିଲେ । ଗତ ୨ରୁ ୩ ବର୍ଷ ମଧ୍ୟରେ କିଶୋରଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଛି । କାହ୍ନୁଚରଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡ ଜବତ ହୋଇଛି । RTI କର୍ମୀ କହି ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ ଆଗରୁ ଗିରଫ ହୋଇଥିବା କିଶୋର ମିଶ୍ର । ପୋଲିସର ସନ୍ଦେହ ହେବାକୁ ହେପାଜତକୁ ନିଆଯିବା ପରେ ତାଙ୍କ ଠାରୁ I&PR ନକଲି ଆଇକାର୍ଡ଼ ପାଇଥିଲା ପୋଲିସ । କୋରାପୁଟ ଟାଉନ ଥାନା ପୋଲିସ ଚିଠି ଲେଖି STF କୁ ଏ ସମ୍ପର୍କରେ ଅବଗତ କରିଥିଲା । ଦୁଇ ଅଭିଯୁକ୍ତ କିଶୋର ଏବଂ କାହ୍ନୁଙ୍କ ଆକାଉଣ୍ଟର ତଥ୍ୟ ପାଇଁ RBI କୁ ଚିଠି ଲେଖିଛି STF ।






