Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୋତର ସମବାୟ ସମିତି ଋଣ ଠକେଇ ମାମଲା, ବହିଷ୍କୃତ ସମ୍ପାଦକ ଗିରଫ

by ସଞ୍ଜୟ ସ୍ୱାଇଁ
November 13, 2024
in Crime, Nayagarh, State
ନୋତର ସମବାୟ ସମିତି ଋଣ ଠକେଇ ମାମଲା, ବହିଷ୍କୃତ ସମ୍ପାଦକ ଗିରଫ
422
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ ନୋତର ସମବାୟ ସମିତିରେ ହୋଇଥିବା ଋଣ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ଇଟାମାଟି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଉକ୍ତ ସମବାୟ ସମିତିର ବହିଷ୍କୃତ ସମ୍ପାଦକ ଆଶିଷ କୁମାର ପ୍ରଧାନ । ଆଶିଷ ସମବାୟ ସମିତିରେ ଦୀର୍ଘବର୍ଷ ତଳୁ କାର୍ଯ୍ୟ କରି ଆସୁଥିଲେ । ଲୋକଙ୍କ ବିଶ୍ୱାସରେ ବିଷ ଦେଇ ସେମାନଙ୍କ ଚେକ୍ ଏବଂ ଡ୍ରୟାଲକୁ ବ୍ୟବହାର କରି ବ୍ୟାପକ ଅନିୟମିତତା କରିଥିଲେ । ଲୋକଙ୍କ ନାଁରେ ଋଣ କରି ତାହାକୁ ଇଟାମାଟି ସମବାୟ ବ୍ୟାଙ୍କରୁ ଉଠାଣ କରି ନେଇଥିଲେ । ଋଣ ଠକେଇ ଘଟଣାକୁ ନେଇ ଚାଷୀ ଗୋଲେଖ ନାୟକ ଇଟାମାଟି ଥାନାରେ ଏକ ଏତଲା ଦେଇଥିଲେ । ଉକ୍ତ ଏତଲା ଆଧାରରେ ଆଶିଷଙ୍କ ନାମରେ ଆଇପିସି ୪୦୯ ଏବଂ ୪୨୦ ଦଫାରେ ୨୯୩/୨୨ରେ ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ । ଏହା ମଧ୍ୟରେ ଆଶିଷଙ୍କୁ ଉକ୍ତ ସମବାୟ ସମିତିରୁ ବହିଷ୍କୃତ କରାଯାଇ ସାରିଛି । ଆଶିଷ ମୋଟ ୧ କୋଟି ୧୪ ଲକ୍ଷ ୨୨ ହଜାର ଟଙ୍କା ଠକେଇର ପ୍ରମାଣ ପୁଲିସ ପାଇଛି । ଯାହାକୁ ଆଧାର କରି ଇଟାମାଟି ପୁଲିସ ଆଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜଗଦିଶ କର ସୂଚନା ଦେଇଛନ୍ତି । ଇଟାମାଟି ଥାନା ଏସଆଇ ଗୋପବନ୍ଧୁ ମଲ୍ଲିକଙ୍କ ନେତୃତ୍ୱରେ ଏଟ ଟିମ୍ ଚଢ଼ାଉ କରି ଆଶିଷକୁ ବରମୁଣ୍ଡା ଅଞ୍ଚଳରୁ ଧରିଥିବା ସୂଚନା ମିଳିଛି । ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!