ନୟାଗଡ଼, (ବାଘୁଆବାର୍ତ୍ତା): ଗଣିଆ ଥାନା ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଗତକାଲି ବିଳମ୍ବିତ ରାତ୍ରୀରେ ମଧ୍ୟଖଣ୍ଡ ଗ୍ରାମର ୪ ଜଣ ବ୍ୟକ୍ତି ମଦପିଇ ସେଠାରେ ଥିବା ଶ୍ରମିକମାନଙ୍କ ଠାରୁ ଚାନ୍ଦା ମାଗିବା ସହିତ ଗଣ୍ଡଗୋଳ କରିଥିଲେ । ଏପରିକି ସଂଜୟ କୁମାର ରାଉତ ନାମକ ଏକ ଶ୍ରମିକକୁ ଛୁରୀ ମାରିବା ସହିତ ମାଡ଼ପିଟ କରିଥିଲେ । ଖବର ପାଇ ଗଣିଆ ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା, ଏଏସଆଇ ପ୍ରମୋଦ କୁମାର ନନ୍ଦ, ଏଏସଆଇ ଝରଣା ସାଇଁ ଏଏସଆଇ ମନୋରଂଜନ ପ୍ରଧାନ ରାତି ୧୨ ଘଂଟିକା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଗାଡ଼ିକୁ ଦେଖି ଘଟଣା ସ୍ଥଳରୁ ୨ ଜଣ ଚମ୍ପଟ ମାରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଧରି ଗଣିଆ ଥାନାକୁ ଆଣିଥିଲେ । ସେ ଦୁଇଜଣ ହେଲେ ମଧ୍ୟଖଣ୍ଡ ଡିମିରିସାହି ଗ୍ରାମର ରିତେଶ ପ୍ରଧାନ (୨୨) ଓ ମଧ୍ୟଖଣ୍ଡ କଇମସାହିର ଚନ୍ଦନ ସାଇଁ (୨୩) ସେମାନଙ୍କୁ ଗଣିଆ ଥାନାରେ ପଚରା ଉଚୁରା ପରେ ସେମାନେ ମଦପିଇ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଆଗରେ ରାଜି ହୋଇଥିଲେ । ତାଙ୍କଠାରୁ ଛୁରୀ,ମୋବାଇଲ, ଏକ ପଲସର ବାଇକ ଜବତ କରାଯାଇଥିବାବେଳେ ଗଣିଆ ଥାନା ପକ୍ଷରୁ ୯୨/୨୩ରେ ଏକ ମାମଲା ରୁଜୁ କରି ଗୁରୁବାର ଅପରାହ୍ନରେ ଦଶପଲା କୋର୍ଟକୁ ଚାଲାଣ କରିଥିବା ଗଣିଆ ଥାନା ଅଧୁକାରୀ ଶ୍ରୀଯୁକ୍ତ ପରିଡ଼ା ସୁଚନା ପ୍ରଦାନ କରିଛନ୍ତି ।





