ଭୁବନେଶ୍ବର, (ବାଘୁଆବାର୍ତ୍ତା): ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗ । ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି । ଦୀପକ ୩୫ଜଣଙ୍କୁ ଠକେଇ କରିଥିବା ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ପାତ୍ରପଡାରେ ପ୍ରଥମେ ପ୍ଲଟ୍ ଦେବାକୁ କହି ଟଙ୍କା ନେଇଥିଲେ ଦୀପକ ଛୋଟରାୟ । ପରେ ସମ୍ପୃକ୍ତ ଅଞ୍ଚଳରେ ପ୍ଲଟ୍ ଦେବା ସମ୍ଭବ ହେଉନଥିବା ଦର୍ଶାଇ ଗାଡ଼କଣରେ ଫ୍ଲାଟ୍ ଦେବାକୁ ପ୍ରତିଶୃତି ଦେଇଥିଲେ । ୨୦୧୬ରୁ ୧୯ ମଧ୍ୟରେ ଫ୍ଲାଟ୍ ଯୋଗାଇ ଦେବାକୁ କହି ୩୫ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ । ଟଙ୍କା ନେବା ପରେ ପ୍ଲଟ୍ କି ଫ୍ଲାଟ୍ ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ ଦୀପକ ।





