Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ବନ୍ଧା ହେଲେ ନୟାଗଡ଼ ଜିଲ୍ଲାର ବିରାଟ ଠକ କାହ୍ନୁ, ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ଆରବିଆଇକୁ ଚିଠି ଲେଖିଲା ଏସଟିଏଫ

by ସଞ୍ଜୟ ସ୍ୱାଇଁ
August 20, 2023
in Crime, Nayagarh, State
ପୁଣି ବନ୍ଧା ହେଲେ ନୟାଗଡ଼ ଜିଲ୍ଲାର ବିରାଟ ଠକ କାହ୍ନୁ, ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ଆରବିଆଇକୁ ଚିଠି ଲେଖିଲା ଏସଟିଏଫ
1.7k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଚର୍ଚ୍ଚିତ ବିରାଟ ଠକ କାହ୍ନୁ ଚରଣ ପ୍ରଧାନକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ୩ ବର୍ଷ ତଳେ କାହ୍ନୁ ଚରଣ ପ୍ରଧାନ ବିଭିନ୍ନ ଠକେଇ ଅଭିଯୋଗରେ ଜେଲ ଯାଇଥିଲେ । ପୂର୍ବରୁ ଚାନ୍ଦପୁର ଥାନାରେ ତାଙ୍କ ନାମରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ହୋଇଥିଲା । ୧୩୧/୨୦ ରେ ମାମଲା ଚାଲୁ ରହିଛି । ଠକ କାହ୍ନୁ ଚରଣଙ୍କର କାୟା ବିସ୍ତାର ଅନେକ ଜିଲ୍ଲାରେ ରହିଛି । ଚାନ୍ଦପୁର ଥାନାର ପୂର୍ବତନ ଆଇଆଇସି ରଶ୍ମିରଞ୍ଜନ ଦାସ କାହ୍ନୁକୁ ବାନ୍ଧିବାରେ ସଫଳ ହୋଇଥିଲେ । ଜେଲରୁ ବାହାରିଲା ପରେ ପୁଣି ତାଙ୍କ ଠକେଇ ନେଟୱାର୍କ ଆରମ୍ଭ କରିଦେଇଥିଲେ । ଆଜି କୋରାପୁଟ ଟାଉନ ଥାନା ୧୨୨/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ କାହ୍ନୁକୁ ବନ୍ଧା ଯାଇଛି । ଚାକିରୀ ଦେବା ନାଁରେ ଠକେଇ ମାମଲାର ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

ଏହା ଆଗରୁ ନକଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ କହି ଠକୁଥିବା କିଶୋର ମିଶ୍ରକୁ ଗିରଫ କରାଯାଇଥିଲା । ତେବେ ସାରା ରାଜ୍ୟରେ ଏମାନେ ନେଟୱର୍କ ବିଛାଇଥିଲେ । ଅଢେଇ ବର୍ଷ ମଧ୍ୟରେ ଦୁଇ ଠକ କୋରାପୁଟରେ ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କାହାକୁ ଚାକିରୀ ଦେବାକୁ କହି ଟଙ୍କା ନେଇଛନ୍ତି ତ କାହାକୁ ଟ୍ରାନ୍ସଫର କରି ଦେବାକୁ କହି ନେଇଥିଲେ। କେତେବେଳେ ନିଜକୁ ଆଇ ଆଣ୍ଡ ପିଆର ବିଭାଗର ବରିଷ୍ଠ ଅଧିକାରୀ କହୁଥିଲେ ତ ଆଉ କେତେବେଳେ ସୂଚନା ଅଧିକାର କର୍ମୀ ଭାବରେ ପରିଚୟ ଦେଉଥିଲେ । ଗତ ୨ରୁ ୩ ବର୍ଷ ମଧ୍ୟରେ କିଶୋରଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଛି ।

କାହ୍ନୁଚରଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡ ଜବତ ହୋଇଛି । RTI କର୍ମୀ କହି ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ ଆଗରୁ ଗିରଫ ହୋଇଥିବା କିଶୋର ମିଶ୍ର । ପୋଲିସର ସନ୍ଦେହ ହେବାକୁ ହେପାଜତକୁ ନିଆଯିବା ପରେ ତାଙ୍କ ଠାରୁ I&PR ନକଲି ଆଇକାର୍ଡ଼ ପାଇଥିଲା ପୋଲିସ । କୋରାପୁଟ ଟାଉନ ଥାନା ପୋଲିସ ଚିଠି ଲେଖି STF କୁ ଏ ସମ୍ପର୍କରେ ଅବଗତ କରିଥିଲା । ଦୁଇ ଅଭିଯୁକ୍ତ କିଶୋର ଏବଂ କାହ୍ନୁଙ୍କ ଆକାଉଣ୍ଟର ତଥ୍ୟ ପାଇଁ RBI କୁ ଚିଠି ଲେଖିଛି STF ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!