Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡାଚୋଟ ଖାଇଲେ ଅବକାରୀ ଆଇଆଇସି, ଗଞ୍ଜେଇ ଧରିବା ପଡିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
July 22, 2023
in Crime, State
ଖଣ୍ଡାଚୋଟ ଖାଇଲେ ଅବକାରୀ ଆଇଆଇସି, ଗଞ୍ଜେଇ ଧରିବା ପଡିଲା ମହଙ୍ଗା
83
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଧରିବାକୁ ବିଛାଇଥିଲେ ଜାଲ। ହେଲେ ଓଲଟା ହୋଇଗଲା ପରିଣାମ। ଅବକାରୀ IIC ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଗଞ୍ଜେଇ ମାଫିଆ। ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ IIC ସହ ୨ ଜଣ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗ ଘୋଡ଼ାହାଡ଼ ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, କୋଟପାଡ୍ ଥାନା ଘୋଡାଘାଟ ଗାଁରେ ଗଞ୍ଜେଇ କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା କୋଟପାଡର ଅବକାରୀ ଟମ୍। ଏନେଇ ଗତକାଲି କୋଟପାଡ ଓ ବୋରିଗୁମ୍ମାର ଅବକାରୀ ଟିମ୍ ମିଳିତ ଭାବେ ୩ଟି ବୋଲେରୋ ଗାଡିରେ ଘୋଡାଘାଟ ଗାଁ ଓ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ। ତିନୋଟି ଟିମ୍‌ ବିଭିନ୍ନ ସ୍ଥାନରେ ଛକି ରହି ମାଫିଆଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ। ଦୁଇ ଟିମ୍‌ ଗାଁରେ ଚଢ଼ାଉ କରିଥିବା ବେଳେ ଅନ୍ୟ ଏକ ଟିମ୍‌ ଜଙ୍ଗଲରେ ଚଢ଼ାଉ କରିଥିଲେ। ତେବେ ଜଙ୍ଗଲ ଭିତରେ ଚଢାଉ ବେଳେ ପ୍ରତି ଆକ୍ରମଣ କରିଥିଲେ ମାଫିଆ। ୨୫ରୁ ଅଧିକ ଗଞ୍ଜେଇ ମାଫିଆ ପ୍ରଥମେ ଠେଙ୍ଗା, ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଅବକାରୀ କର୍ମଚାରୀଙ୍କ ଭୟଭୀତ କରିଥିଲେ। ପରେ ଗଞ୍ଜେଇ ମାଫିଆମାନେ ଖଣ୍ଡାରେ ଅବକାରୀ IIC ଓ ୨ କନଷ୍ଟେବଲଙ୍କୁ ଆକ୍ରମଣ କରିଥିଲେ। ସାଙ୍ଗରେ ଅନ୍ୟ ଅବକାରୀ କର୍ମଚାରୀମାନେ ୩ ଜଣଆହତଙ୍କୁ ଧରି କୌଶଳକ୍ରମେ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!