ନୟାଗଡ଼,(ବାଘୁଆବାର୍ତ୍ତା): କୁଖ୍ୟାତ ଡକାୟତ ଗଣେଶ ଭୋଳକୁ ଗତକାଲି ରାତିରେ ରଣପୁର ପୁଲିସ ଗିରଫ କରିଛି । ଗଣେଶର ଘର ପୁରୁଣାବସନ୍ତ ଗ୍ରାମରେ ବୋଲି ଜଣାଯାଇଛି । ଗଣେଶ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୫ରୁ ଉଦ୍ଧ୍ୱର୍ ମାମଲା ରହିଥିଲା । ତା ନାମରେ ୪ଟି ୱାରେଣ୍ଟ ରହିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।






