ପାଟପୁର, (ବାଘୁଆବାର୍ତ୍ତା) : ବେଆଇନ ଭାବେ ଚାଲିଥିବା ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସ ଚଢ଼ାଉ କରିଛି । ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ଏକ ଘରେ ଏହି ଫ୍ୟାକ୍ଟ୍ରି ଚାଲି ଥିଲା । ଫ୍ୟାକ୍ଟ୍ରିରେ ବିଭିନ୍ନ ନକଲି ବ୍ରାଣ୍ଡର ପାଣି, ମୃଦୁ ପାନୀୟ, କୁର କୁରି ପ୍ରସ୍ତୁତ ହେଉଥିଲା। ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ, କେମିକାଲ, ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ସୂଚନା ମିଳିଛି । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୋଲିସ ଗିରଫ କରି କେଶ ନଂ୧୯୦/୨୧ ପ୍ରକାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ମୃଦୁ ପାନୀୟକୁ ଫୁଡ଼ ସେଫଟି ବିଭାଗକୁ ପଠାଯାଇଛି। ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ସକାଶେ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଲୋଗୋ ବ୍ରହ୍ମପୁରରୁ ଆଣୁଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛି ।





