Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କମିଶନରେଟ୍‌ ପୁଲିସ୍‌କୁ ବଡ଼ ସଫଳତା, ୬୦ ଲକ୍ଷର ବ୍ରାଉନ୍‌ସୁଗର ଜବତ

by ସଞ୍ଜୟ ସ୍ୱାଇଁ
December 18, 2023
in Crime, State
କମିଶନରେଟ୍‌ ପୁଲିସ୍‌କୁ ବଡ଼ ସଫଳତା, ୬୦ ଲକ୍ଷର ବ୍ରାଉନ୍‌ସୁଗର ଜବତ
88
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ‘ଅପରେସନ୍‌ ହ୍ୱାଇଟ୍ସ ସ୍ପାଇଡର’ରେ କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଡିଲ୍‌ ବେଳେ ଦୁଇ ମାଫିଆଙ୍କୁ ମାଡିବସିବା ସହିତ ୬୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି କମିଶନରେଟ୍‌ ପୁଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌। ଉଭୟଙ୍କୁ ରାଜଧାନୀ ଭୁବନେଶ୍ୱରରୁ ଧରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ। ସେଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ରଙ୍ଗୀନ ରାତିରେ ଉତ୍ସାହ ଭରିବା ପାଇଁ ରାଜଧାନୀ ଆସୁଥିଲା ବ୍ରାଉନ୍‌ସୁଗର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସୁଥିଲା ଏହି ବ୍ରାଉନ୍‌ସୁଗର। ଜଳେଶ୍ୱର ଅଞ୍ଚଳର ଆଜମିର ଖାଁ ଓ ବସ୍ତା ଅଞ୍ଚଳର ଶେଖ ସାଦିରୁଦ୍ଦିନ ଏକ ବୋଲେରୋରେ ବ୍ରାଉନ୍‌ସୁଗର ଧରି ରାଜଧାନୀ ଆସୁଥିଲେ। ସିଆର୍‌ପି ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଗାଡ଼ି ଛିଡ଼ା କରି ଡିଲ୍‌ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗାଡ଼ିରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ଗୋଟିଏ ବୋଲେରୋ ଜବତ ହୋଇଛି। ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନଙ୍କୁ ଗିରଫ କରିଛି। ସେମାନେ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆଣି ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି। ପୁଲିସ କମିଶନରଙ୍କ କହିବା ଅନୁସାରେ ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ। ତା’ପରଠାରୁ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଆଜି ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ କରିଛି। ୬୧ ମାମଲା ରୁଜୁ କରିଛି। ସେଥିରେ କଟକରେ ୯ଟି ମାମଲା ରହିଛି। ଆଗକୁ ଅପରେସନ୍‌ ହ୍ୱାଇଟ୍ସ ସ୍ପାଇଡର’ ଜୋରଦାର କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!