ଭଦ୍ରକ, (ବାଘୁଆବାର୍ତ୍ତା): ବାଇକରେ ଆସୁଥିଲା ଅଧା କେଜିରୁ ଅଧିକ ବ୍ରାଉନସୁଗାର । ଏମିତି ଚୋରାରେ ବ୍ରାଉନସୁଗାର ବେପାର ବେଳେ ପୋଲିସ ବେପାରୀଙ୍କୁ କାବୁ କରିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ନେଇ ନିଜେ ଆସୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ୧୬ନମ୍ବର ଜାତୀୟ ରାଜପଥର ଧାମରା ରେଳ ଓଭର ବ୍ରିଜ ନିକଟରେ ବାଇକ୍ ଅଟକାଇ ଚେକିଂ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଚେକିଂ ସମୟରେ ୫୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଳେଶ୍ୱରରୁ ବ୍ରାଉନସୁଗାର ଆଣୁଥିବା ପୋଲିସକୁ ବୟାନ ଦେଇଛନ୍ତି । ସେମାନଙ୍କ ନିକଟରୁ ମୋବାଇଲ ସହ ବାଇକ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଉଛି ଏରେଇଁ ଅଞ୍ଚଳର ଏସକେ ରାବୁଲ । ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ବ୍ରାଉନସୁଗାର ବେପାର ସହ ଅନ୍ୟ ମାମଲାରେ ଜଡିତ ରହିଛି । ଟାଉନ ଥାନାରେ ଏସକେ ରାବୁଲ ନାମରେ ବହୁ ମାମଲା ରହିଥିବା ଭଦ୍ରକ ଏସପି ସୂଚନା ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଅଭିଯୁକ୍ତର ଲୋକାଲ କଣ୍ଟାକ୍ଟକୁ ଟ୍ରେସିଂ କରାଯାଉଛି । ଜଳେଶ୍ୱର ମୁଖ୍ୟ ବେପାରୀକୁ ଚିହ୍ନଟ ସହ ଧରିବା ପାଇଁ ପୋଲିସ ବ୍ୟାପକ ଭାବେ ଉଦ୍ୟମ ଜାରି ରଖିଛି ।





