Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଚ୍ଚନା ବୁଦ୍ଧିରେ ଇଡି ବୋକା, ତୃତୀୟ ରିମାଣ୍ଡ ଆବେଦନ ଖାରଜ୍‌

by ସଞ୍ଜୟ ସ୍ୱାଇଁ
December 19, 2022
in Crime, State
ଅର୍ଚ୍ଚନା ବୁଦ୍ଧିରେ ଇଡି ବୋକା, ତୃତୀୟ ରିମାଣ୍ଡ ଆବେଦନ ଖାରଜ୍‌
197
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜେଲ ଯିବେ ଅର୍ଚ୍ଚନା ନାଗ । ତୃତୀୟ ପର‌୍ୟ୍ୟାୟ ରିମାଣ୍ଡ ଆବେଦନକୁ ଖାରଜ କଲେ କୋର୍ଟ । ତୃତୀୟ ପର‌୍ୟ୍ୟାୟରେ ୨ ଦିନ ପାଇଁ ଇଡି ରିମାଣ୍ଡ ଆବେଦନ କରଥିବା ବେଳେ କୋର୍ଟ ଏହାକୁ ଖାରଜ୍ କରିଦେଇଥିବା ସୂଚନା ମିଳିଛି । ଆଜି ଇୟହ ୩ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କୋର୍ଟରେ ହାଜର ପରେ ଆଉ ଦୁଇ ଦିନ ରିମାଣ୍ଡ ମାଗିଥିଲା ଇଡି । ଏସଏଫଏସଏଲ ଡିଜିଟାଲ ତଥ୍ୟ ଦେବାରେ ବିଳମ୍ବ କରୁଥିବା ନେଇ କୋର୍ଟକୁ ଅବଗତ କରାଇଥିଲେ ଇଡିର ଓକିଲ । ଡିଜିଟାଲ ଏଭିଡେନ୍ସ ରିପୋର୍ଟ ଆଧାରରେ ଜେରା ପାଇଁ ରିମାଣ୍ଡ ଆବେଦନ କରିଥିଲା ଏଜେନ୍ସି । ତୃତୀୟ ପର‌୍ୟ୍ୟାୟ ରିମାଣ୍ଡକୁ କୋର୍ଟ ଖାରଜ କରିଦେଇଛନ୍ତି । ସୂଚନା ଥାଉକି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଆଜି ଶେଷ ହୋଇଥିଲା ଅର୍ଚ୍ଚନା ନାଗ ରିମାଣ୍ଡ ଅବଧି । ସୋମବାର ପୁଣି କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇଥିଲା ଇଡି । ଦ୍ବିତୀୟ ପର‌୍ୟ୍ୟାୟ ରିମାଣ୍ଡରେ ମଧ୍ୟ ମୁହଁ ଖୋଲିଲେନି ଅର୍ଚ୍ଚନା । ଏହି ପର‌୍ୟ୍ୟାୟ ରିମାଣ୍ଡରେ ଅର୍ଚ୍ଚନା, ଜଗବନ୍ଧୁ ଓ ଶ୍ରଦ୍ଧାଞ୍ଜଳିଙ୍କୁ ସାମ୍ନାସାମ୍ନି ଜେରା କରିଥିଲା ଇଡି । ଜେରା ବେଳେ ବିଭିନ୍ନ ବ୍ୟାଙ୍କ କର୍ମଚାରୀଙ୍କୁ ଡକାଇ ତର୍ଜମା ମଧ୍ୟ ଇଡି କରିଛି । ଖବର ଅନୁଯାୟୀ, ଆର୍ଥିକ ହେରଫେର୍ ମାମଲାରେ ତନାଘନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଅର୍ଚ୍ଚନା ନାଗଙ୍କୁ ପ୍ରଥମେ ୭ଦିନିଆ ରିମାଣ୍ଡରେ ନେଇଥିଲା ଇଡି । ହେଲେ ଏହି ସମୟରେ ଇଡିକୁ କିଛି ବିଶେଷ ତଥ୍ୟ ଦେଇନଥିଲେ ଅର୍ଚ୍ଚନା । ପରବର୍ତ୍ତୀ ସମୟରେ ପ୍ରଥମ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା ଇଡି । କିନ୍ତୁ ୨ୟ ପର‌୍ୟ୍ୟାୟରେ ବି କିଛି ମୁହଁ ଖୋଲିନଥିଲେ ଅର୍ଚ୍ଚନା । ଏହି ସମୟରେ ଜଗବନ୍ଧୁ, ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ସାମ୍ନାସାମ୍ନି ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ବିଶେଷ କିଛି ଫରକ ପଡିନଥିଲା । ପୂର୍ବ ପରି ତଥ୍ୟ ଇଡିକୁ ବିଶେଷ କିଛି ତଥ୍ୟ ଦେଇନାହାନ୍ତି ଅର୍ଚ୍ଚନା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!