Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲା ରଙ୍ଗିଲା ଯୁବକ, ଏକାଧିକ ବିବାହ, ୩୫ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ

by ସଞ୍ଜୟ ସ୍ୱାଇଁ
May 24, 2021
in Crime, NATIONAL NEWS
ବନ୍ଧା ହେଲା ରଙ୍ଗିଲା ଯୁବକ, ଏକାଧିକ ବିବାହ, ୩୫ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ
1.2k
VIEWS
Share on FacebookShare on Twitter

କୋଲକତା (ବାଘୁଆବାର୍ତ୍ତା): ବନ୍ଧା ହେଲେ ରଙ୍ଗିଲା ଯୁବକ, ଜଣ ଜଣ କରି ପ୍ରଲୋଭନ ଦେଖାଇ କରୁଥିଲେ ବିବାହ । ଜଣେ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ସିଙ୍ଗୁର ଥାନା ପୁଲିସ ରାକେଶ ଚୌଧୁରୀ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ତାଙ୍କୁ ବିଧାନନଗରର ଏକ ହୋଟେଲରୁ ଗିରଫ କରିଥିବା ଜଣାପଡିଛି । ତାଙ୍କୁ ଚନ୍ଦନନଗର ସଦର ମହକୁମା ଅଦାଲତରେ ହାଜିର କରାଯାଇଛି । ଅଦାଲତ ତାଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରି ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାକେଶର ଘର ଜଲପାଇଗୁଡିରେ । ଫେସବୁକ ମାଧ୍ୟମରେ ରାକେଶ ସହ ବହୁ ମହିଳାଙ୍କର ପରିଚୟ ହୋଇଥିଲା । ସେହି ମହିଳାମାନଙ୍କୁ ସେ ନିଜକୁ ଜଣେ ସରକାରୀ ଚାକିରିଆ ତ ଆଉ କେତେକଙ୍କୁ ପର୍ଯ୍ୟଟନ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକ ବୋଲି ପରିଚୟ ଦେଇଥିଲା । ଧୀରେ ଧୀରେ ମହିଳାମାନେ ରାକେଶ ପ୍ରତି ଆକୃଷ୍ଟ ହେବା ପରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସିଧାସଳଖ ବିବାହ ପ୍ରସ୍ତାବ ଦେଉଥିଲା । ତାଙ୍କର ଏପରି ପ୍ରେମ ଜାଲରେ ପଡି କେତେଜଣ ବିବାହ କରିଥିବା ବେଳେ ଆଉ କେହି କେହି ସହବାସ ପରେ ଦୂରେଇ ଦେଉଥିଲେ । ବିବାହ ଭିନ୍ନ ଭିନ୍ନ ସ୍ଥାନରେ ହେଉଥିଲା । ଏହିପରି ଭାବେରେ ଦମଦାର ଜଣେ ତରୁଣୀ ସହିତ ରାକେଶର ଫେସବୁକରେ ପରିଚୟ ହୋଇଥିଲା । ସମ୍ପୃକ୍ତ ତରୁଣୀ ଜଣକୁ ସେ ଏକ ବଡ ପର୍ଯ୍ୟଟନ ସଂସ୍ଥାର ସିଏମଡି ବୋଲି ପରିଚୟ ଦେଇଥିଲା । କ୍ରମେ ଉଭୟଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହେବାରେ ଲାଗିଲା । ଏହାପରେ ରାକେଶ ଯୁବତୀ ଜଣଙ୍କୁ ସିଙ୍ଗୁର ନେଇ ଆସି ଜଣେ ଭଡାଟିଆ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ବିବାହ କରିଥିଲା । ସିଙ୍ଗୁରରେ ଘରଭଡା ନେଇ ଉଭୟ ଦେଢ଼ମାସ କାଳ ରହିଥିଲେ । କିନ୍ତୁ ସମ୍ପୃକ୍ତ ଯୁବତୀ ଜଣକ ରାକେଶ ଆଉ କେତେଜଣକୁ ବିବାହ କରିଛି ଓ ବିଶ୍ୱାସ ଜନ୍ମାଇ ସେମାନଙ୍କ ସହ ଅନୈତିକ କାର୍ଯ କରିଥିବା ଜାଣିବାକୁ ପାଇଥିଲେ । ରାକେଶର ଏହି କଳାକାରନାମା ମୁଖା ଖୋଲାଯିବା ପରେ ସମ୍ପୃକ୍ତ ଯୁବତୀ ଉପରେ ସେ ଅତ୍ୟାଚାର ଆରମ୍ଭ କରିଦେଇଥିଲା । ଏହା ମଧ୍ୟରେ ସୁଯୋଗ ଉଣ୍ଡି ସମ୍ପୃକ୍ତ ଯୁବତୀ ଜଣକ ସିଙ୍ଗୁର ଥାନାର ଦ୍ୱାରସ୍ଥ ହୋଇ ରାକେଶ ବିରୋଧରେ ଏକାଧିକ ବିବାହ ଓ ବିବାହ ପ୍ରଲୋଭନ ଦେଖାଇ ସହବାସ ଅଭିଯୋଗ କରିଥିଲେ । ପୁଲିସ ଏହାର ତଦନ୍ତ କରି ରାକେଶ ବିରୋଧରେ କୋଲକତା ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ବିଭିନ୍ନ ଥାନାରେ ଅଭିଯୋଗ ଥିବା ଜାଣିବାକୁ ପାଇଥିଲା । ତଦନ୍ତ କରିବା ବେଳେ ପୋଲିସ ଚକିତ ହେବାଭଳି ତଥ୍ୟ ପାଇଥିଲା । ରାକେଶ ଅତି କମରେ ୩୫ ଜଣରୁ ବେଶି ମହିଳାଙ୍କୁ ପ୍ରଲୋଭନ ଦେଖାଇ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜାଣିବାକୁ ପାଇଥିଲା । ଅନ୍ୟପକ୍ଷରେ ଏକ ଦୁଷ୍କର୍ମ ମାମଲାରେ ଏକ ବର୍ଷ ଜେଲ ମଧ୍ୟ ରାକେଶ ଯାଇଥିବା ଜଣାପଡିଛି । ସେ ଗୋଟିଏ ଜାଗାରେ ବେଶି ଦିନ ରିହି ନଥାଏ । ରାକେଶର ମୋବାଇଲ ଫୋନକୁ ଟ୍ରାକିଂ କରି ଶନିବାର ବିଳମ୍ବିତ ରାତିରେ ବିଧାନନଗରର ଏକ ହେଟେଲରୁ ଗିରଫ କରିବାରେ ସଫଳ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!