Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଗଣଦୁଷ୍କର୍ମ: ୧୧ ଦୁଷ୍କର୍ମକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
April 18, 2021
in Crime, State
ମହିଳାଙ୍କୁ ଗଣଦୁଷ୍କର୍ମ: ୧୧ ଦୁଷ୍କର୍ମକାରୀ ଗିରଫ
532
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଝାଡଖଣ୍ଡ ପାକୁଡ ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମନାକୁ ଆସିଛି । ଜଣେ ୩୫ ବର୍ଷିୟା ମହିଳାଙ୍କୁ ୧୧ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି । ଗଣଦୁଷ୍କର୍ମ ପରେ ମହିଳା ଜଣଙ୍କ ଦୁଇ ଦିନ ପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ଚେତା ଫେରିବା ପରେ ମହିଳା ଜଣଙ୍କ ନିଜର ସମ୍ପର୍କୀୟଙ୍କ ସହ ମୁଫସିଲ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ମାମଲା ରୁଜୁ ହେଲା ପରେ ପୁଲିସ ତଦନ୍ତ କରି ୧୧ ଜଣ ଦୁଷ୍କର୍ମ କାରୀଙ୍କୁ ଗିରଫ କରିଛି । ୧୧ ଜଣଙ୍କର କୋଭିଡ୍ ଟେଷ୍ଟ ପରେ ସେଥି ମଧ୍ୟରୁ ୮ ଜଣଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଏସପି ମଣିଲାଲ ମଣ୍ଡଳ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଝାଡ଼ଖଣ୍ଡର ପାକୁଡ଼ର ଅଞ୍ଚଳରେ ଜଣେ ୩୫ ବର୍ଷୀୟା ମହିଳା ଜଣଙ୍କ ସନ୍ଧ୍ୟାରେ ଶୌଚ କରିବାକୁ ଯାଉଥିଲେ । ଏହି ସମୟରେ ରାସ୍ତାରେ କିଛି ଯୁବକ ମଦ୍ୟପାନ କରୁଥିଲେ । ମହିଳାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ମାରଣାସ୍ତ୍ର ଦେଖାଇ ତାଙ୍କୁ ଡରାଇ ନେଇ ଯାଇଥିଲେ । କିଛି ଦୂରରେ ଥିବା ଏକ ବୁଦା ମୂଳକୁ ନେଇ ଅଭିଯୁକ୍ତମାନେ ମହିଳାଙ୍କ ସହ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହାପରେ ଅଭିଯୁକ୍ତମାନେ ନିଜର ଆଉ କିଛି ସାଙ୍ଗମାନଙ୍କୁ ଡାକି ପୂରା ରାତି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସକାଳେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଅଭିଯୁକ୍ତମାନେ ପଳାଇଥିଲେ । ମହିଳା ଜଣଙ୍କ କୌଣସି ପ୍ରକାରେ ଉଠି ଘରକୁ ଆସିଥିଲେ ଏବଂ ୨ ଦିନ ପର୍ଯ୍ୟନ୍ତ ସେମିତି ଅଚେତ ଅବସ୍ଥାରେ ରହିଥିଲେ । ଘଟଣା ପରେ ସମ୍ପର୍କୀୟମାନେ ମହିଳାଙ୍କ ଚିକିତ୍ସା କରାଇଥିଲେ । କିଛି ମାତ୍ରାରେ ସୁସ୍ଥ ହେବା ପରେ ମୁଫସିଲ ଥାନାକୁ ଯାଇ ଘଟଣା ବିଷୟରେ ପୁଲିସ୍କୁ କହିଥିଲେ ପୁଲିସ ମହିଳାଙ୍କ ବୟାନକୁ ନେଇ ମାମଲା ରୁଜୁ କରିଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!