ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଦଶପଲ୍ଲାର ଗଣେଶ ବଜାରରେ ସମ୍ପତ୍ତି ଲୋଭରେ ବାପା ଓ ବଡ଼ଭାଇର ବେକ କାଟିଛି ସାନପୁଅ। ସୂଚନାନୁସରେ, ଗଣେଶ ବଜାରର ହରି ସାହୁ (୭୦) ଓ ବଡ଼ପୁଅ ଲଷ୍ମୀଧର (ବାବୁଲା) ଘରେ ଶୋଇଥିବା ସମୟରେ ଭୁବନେଶ୍ୱରରେ ରହୁଥିବା ସାନପୁଅ ସନ୍ତୋଷ ଦଶପଲ୍ଲା ଆସି ଭୋରୁ ଛକି ବସିଥିଲା। ବାପା ହରି ସାହୁ ଭୋର ୫ ଟା ସମୟରେ କବାଟ ଖୋଲିବାରୁ ସନ୍ତୋଷ ମାରଧର କରିବା ସହ ଏକ ବ୍ଲେଡରେ ବାପାଙ୍କର ବେକ କାଟିଥିଲା। ଏହାଦେଖି ବାବୁଲା ଛଡ଼ାଇବାକୁ ଆସିବା ସମୟରେ ବାପାଙ୍କୁ ଛାଡ଼ି ବଡ଼ଭାଇ ବାବୁଲାଙ୍କୁ ଆକ୍ରମଣ କରି ବେକ କାଟିଥିଲା। ଉଭୟେ ପାଟି କରିବାରୁ ସନ୍ତୋଷ ଘଟଣାସ୍ଥଳରୁ ଖସି ପଳାଇଛି।ଏପଟେ ବାପା ହରିଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଲଷ୍ମୀଧର (ବାବୁଲା) ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ସନ୍ତୋଷ ମଝିରେ ମଝିରେ ଗାଁକୁ ଆସି ବାପାଙ୍କୁ ନିଜ ନାଆଁରେ ଜମିବାଡ଼ି ଓ ଘରଟି କରିବାକୁ କହିଆସୁଥିଲା। ଏପରିକି ଏହାକୁ ନେଇ ସେ ମାରଧର ବି କରିଥାଏ ବୋଲି କୁହାଯାଉଛି।






