Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ ଭାଇ ଓ ବାପାର ବେକ କାଟିଲା ଯୁବକ

by ସଞ୍ଜୟ ସ୍ୱାଇଁ
September 3, 2020
in Crime, Nayagarh
ଭାଟସାହିରେ ଜଣଙ୍କୁ ହତ୍ୟା
1.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଦଶପଲ୍ଲାର ଗଣେଶ ବଜାରରେ ସମ୍ପତ୍ତି ଲୋଭରେ ବାପା ଓ ବଡ଼ଭାଇର ବେକ କାଟିଛି ସାନପୁଅ। ସୂଚନାନୁସରେ, ଗଣେଶ ବଜାରର ହରି ସାହୁ (୭୦) ଓ ବଡ଼ପୁଅ ଲଷ୍ମୀଧର (ବାବୁଲା) ଘରେ ଶୋଇଥିବା ସମୟରେ ଭୁବନେଶ୍ୱରରେ ରହୁଥିବା ସାନପୁଅ ସନ୍ତୋଷ ଦଶପଲ୍ଲା ଆସି ଭୋରୁ ଛକି ବସିଥିଲା। ବାପା ହରି ସାହୁ ଭୋର ୫ ଟା ସମୟରେ କବାଟ ଖୋଲିବାରୁ ସନ୍ତୋଷ ମାରଧର କରିବା ସହ ଏକ ବ୍ଲେଡରେ ବାପାଙ୍କର ବେକ କାଟିଥିଲା। ଏହାଦେଖି ବାବୁଲା ଛଡ଼ାଇବାକୁ ଆସିବା ସମୟରେ ବାପାଙ୍କୁ ଛାଡ଼ି ବଡ଼ଭାଇ ବାବୁଲାଙ୍କୁ ଆକ୍ରମଣ କରି ବେକ କାଟିଥିଲା। ଉଭୟେ ପାଟି କରିବାରୁ ସନ୍ତୋଷ ଘଟଣାସ୍ଥଳରୁ ଖସି ପଳାଇଛି।ଏପଟେ ବାପା ହରିଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଲଷ୍ମୀଧର (ବାବୁଲା) ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ସନ୍ତୋଷ ମଝିରେ ମଝିରେ ଗାଁକୁ ଆସି ବାପାଙ୍କୁ ନିଜ ନାଆଁରେ ଜମିବାଡ଼ି ଓ ଘରଟି କରିବାକୁ କହିଆସୁଥିଲା। ଏପରିକି ଏହାକୁ ନେଇ ସେ ମାରଧର ବି କରିଥାଏ ବୋଲି କୁହାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!