Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଛ ଗାଡ଼ିରେ ଧଳା ଜହର, ୨ ଗିରଫ, କମିଶନରେଟ ପୁଲିସର ପର୍ଦ୍ଦାଫାସ

by ସଞ୍ଜୟ ସ୍ୱାଇଁ
May 18, 2021
in Crime, State
ମାଛ ଗାଡ଼ିରେ ଧଳା ଜହର, ୨ ଗିରଫ, କମିଶନରେଟ ପୁଲିସର ପର୍ଦ୍ଦାଫାସ
218
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ମାଛ ବେପାର ଆଳରେ ବ୍ରାଉନସୁଗାର କାରବାର କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବୋଲେରୋ, ୫୮୨ ଗ୍ରାମ ର ବ୍ରାଉନସୁଗାର, ୧୯୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ, ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ଗାଡ଼ି ଚାଳକ ମଦନ କୁମାର ବେହେରା ଓ ବେପାରୀ ଶେଖ ମଙ୍ଗଲୁ । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି, ମଦନ ଓ ମଙ୍ଗଲୁ ନିୟମିତ ଜଳେଶ୍ୱରରୁ ମାଛ ଆଣି ଭୁବନେଶ୍ୱରରେ ବିକ୍ରି କରନ୍ତି । ସପ୍ତାହକୁ ପ୍ରାୟ ତିନିଥର ମାଛ ଆଣନ୍ତି । ବ୍ରାଉନସୁଗାର ହବ ଜଳେଶ୍ୱରରୁ ଆସିଲା ବେଳେ ସାଙ୍ଗରେ ଧଳା ଜହର ମଧ୍ୟ ଆଣନ୍ତି । ମାଛ ବିକ୍ରି ଆଳରେ ସେମାନେ ଭୁବନେଶ୍ୱରରେ ନିଶା ବେପାରୀଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲେ । ସକାଳେ ଖବର ପାଇ କୁଇକ ଆକ୍ସନ ଟିମ (କ୍ୟୁଏଟି) ଓ ମଞ୍ଚେଶ୍ୱର ଥାନାର ମିଳିତ ଟିମ ଚଢ଼ଉ କରି ଏହି ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବ୍ରାଉନସୁଗାର ଜବତ କରିଛି । ମଞ୍ଚେଶ୍ୱର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି । ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ବ୍ରାଉନସୁଗାର କାରବାର କରୁଥିବା ଖବର କ୍ୟୁଏଟି ପାଖରେ ପହଞ୍ଚିଥିଲା । ଗତ କିଛି ଦିନ ଧରି କ୍ୟୁଏଟି ଏମାନଙ୍କ ଉପରେ ନଜର ରଖିଥିଲା । ଗ୍ରାହକ ସାଜି ଯୋଗାଯୋଗ ଆରମ୍ଭ କରିଥିଲା । ଏହା ପରେ ଆରମ୍ଭ ହୋଇଥିଲା ଡିଲ । ଆଜି ସକାଳେ ହାଇଟେକ ଛକ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ ବୋଲେରୋ ଧରି ପହଞ୍ଚିଥିଲେ ମଙ୍ଗୁଲ ଓ ମଦନ । ସେହି ସମୟରେ କ୍ୟୁଏଟି ଓ ମଞ୍ଚେଶ୍ୱର ପୁଲିସର ମିଳିତ ଟିମ ଉଭୟଙ୍କୁ ଧରିଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!