Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧାନଚେଙ୍ଗଡ଼ାରେ ଦୁଇ ଭାଇଙ୍କୁ ମର୍ଡର ଘଟଣା, କ୍ରାଇମ୍‌ବ୍ରାଞ୍ଚର ସିନ୍ ରିକ୍ରିଏସନ୍

by ସଞ୍ଜୟ ସ୍ୱାଇଁ
March 26, 2025
in Crime, Nayagarh, State
ଧାନଚେଙ୍ଗଡ଼ାରେ ଦୁଇ ଭାଇଙ୍କୁ ମର୍ଡର ଘଟଣା, କ୍ରାଇମ୍‌ବ୍ରାଞ୍ଚର ସିନ୍ ରିକ୍ରିଏସନ୍
152
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣାକୁ ହାତକୁ ନେଲା କ୍ରାଇମବ୍ରାଞ୍ଚ । ହତ୍ୟାକାରୀ ବାପା ପ୍ରକାଶକୁ ଗିରଫ କରି ସିନ୍‌ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, ଗତ ୧୦ ତାରିଖରେ ନୟାଗଡ଼ ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଗାଁରେ ଘଟିଥିଲା ଅଭାବନୀୟ ଘଟଣା । ୨ୟ ବିବାହକୁ ବିରୋଧ କରିବାକୁ ନିଜର ଜନ୍ମ କଲା ପୁଅକୁ ହତ୍ୟା କରିଥିଲା ଜହ୍ଲାଦ ବାପା । ୧୦ ତାରିଖରେ ଦୁଇ ଭାଇଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମାମୁଁ ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲା । ପରେ ପୋଲିସ ତଦନ୍ତ କରି ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ଓ ଜେଜେ ମା ସୋରୀ ମହାନ୍ତି ଦୁଇ ନାବାଳକଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ହତ୍ୟାର ୭ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ । କିନ୍ତୁ ବାରମ୍ବାର ଫେଲ୍‌ ହେଉଥିଲେ । ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଭିତରେ ଶୁଆଇ ଦେଇଥିଲେ । ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ । ଆକାଶ ପାଟି କରିବାରୁ ଜେଜେ ମା ତା ପାଟିରେ ଲୁଗା ପୁରାଇ ବନ୍ଦ କରିଦେଇଥିଲା । ଯାହାଫଳରେ ପାଟି ଆଉ ଶୁଭିନଥିଲା । ସାନ ପୁଅ ବିକାଶକୁ ତଣ୍ଟି ଚିପି ହତ୍ୟା କରିବା ପରେ ହାତକୁ ବାନ୍ଧି ଦୁଇ ଭାଇଙ୍କୁ ଗୋଟିଏ ରଶିରେ ଝୁଲାଇ ଦେଇଥିଲେ । ଯାହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ପ୍ରକାଶ। ସେପଟେ ପୋଲିସ ଘଟଣାର ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଆଉ ପୋଲିସ ଆଗରେ ଅଭିଯୁକ୍ତମାନେ ନିଜ ନିଜର ଦୋଷ ସ୍ୱୀକାର କରିଥିଲେ । ପ୍ରକାଶ ଓ ଜେଜେ ମାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।ପରେ ଘଟଣା ଅଧିକ ତଦନ୍ତ ପାଇଁ କେସ୍‌କୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଏହିକ୍ରମରେ କ୍ରାଇମବ୍ରାଞ୍ଚ ଗାଁରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ପ୍ରଥମେ ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମବ୍ରାଞ୍ଚ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!