Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକଡାଉନ ବେଳେ ଚୋରା ମଦ ବେପାରୀ ସକ୍ରିୟ

by ସଞ୍ଜୟ ସ୍ୱାଇଁ
May 5, 2021
in Crime, State
ଲକଡାଉନ ବେଳେ ଚୋରା ମଦ ବେପାରୀ ସକ୍ରିୟ
199
VIEWS
Share on FacebookShare on Twitter

ନୀଳଗିରି (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନାରେ ପୋଲିସ ବିଭିନ୍ନ ଅଞ୍ଚଳରୁ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ବାଇକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁସାରେ ଏବେ କରୋନା ବେଳେ ଚାରିଆଡେ ଚୋରା ମଦ ବେପାରୀ ଅଧିକ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ସ୍ଥାନାରେ ଚୋରା ବେପାରୀ ମାନେ ବେଆଇନ ଭାବେ ମଦ ଚାଲାଣ କରୁଛନ୍ତି । ବେଆଇନ ମଦ କାରବାର ବନ୍ଦ କରିବାକୁ ନୀଳଗିରି ଏସଡିପିଓ ବିଭିନ୍ନ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଓଲଡଙ୍ଗ ଛକରେ ଏକ ବଜାଜ ଡିସକଭର ବାଇକ, ୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ସିଆଡିମାଳ ଅଂଚଳର ଜୟକୃଷ୍ଣ ଦାସ ବାବୁ ଓ ଛୋଟକାନପୁର ଅଞ୍ଚଳର ପ୍ରଦୀପ କୁମାର ପାତ୍ର ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ମାମଲା ରୁଜୁ ହୋଇଛି । ଔପଦା ପୋଲିସ ମଧ୍ୟ ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ବ୍ୟକ୍ତି ଗିରଫ କରାଯାଇଛି । ଖଇରା ଥାନା ଅଧିନ ତିନୋଟି ସ୍ଥାନରୁ ଖଇରା ପୋଲିସ ଚଢ଼ାଉ କରି ୧୮୮ ଲିଟର ବିଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ କରାଯାଇଛି । ସେହିପରି ରେମୁଣା ପୋଲିସ ମଧ୍ୟ ୭୭ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜଣେ ଗିରଫ କରାଯାଇଛି । ଏକ ଦିନରେ ନୀଳଗିରି ଉପଖଣ୍ଡ ଅଧୀନରେ ଥିବା ଥାନା ଅଞ୍ଚଳରେ ଚୋରା ମଦ କାରବାର ଉପରେ ବ୍ୟାପକ ଚଢ଼ାଉ ଜାରି ରହିବ ବୋଲି ଏସଡିପିଓ ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!