Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରିତ୍ୟକ୍ତ ଘରୁ ମିଳିଲା ୧୦୦୦ ଲିଟର ଦେଶୀ ବିଦେଶୀ ମଦ, ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
June 25, 2021
in Crime, State
ପରିତ୍ୟକ୍ତ ଘରୁ ମିଳିଲା ୧୦୦୦ ଲିଟର ଦେଶୀ ବିଦେଶୀ ମଦ, ଦୁଇ ଗିରଫ
357
VIEWS
Share on FacebookShare on Twitter

ନରସିଂହପୁର, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟୀ ପଞ୍ଚାୟତ ହଟିଆପଲ୍ଲୀ ଗ୍ରାମ ଖେଳ ପଡ଼ିଆ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ବ୍ୟାପକ ପରିମାଣର ଚୋରା ବିଦେଶୀ ଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। କଟକ ଜିଲ୍ଲା ଅବକାରୀ ବିଭାଗ ଏସପି ଡଃ ଶାନ୍ତନୁ ଦାସ ଏବଂ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ବିଭାଗର ଡିଏସ୍‌ପି ଦେବାଶିଷ ପଟେଲ, ଡିଏସ୍‌ପି ପ୍ରବୀର ସାମଲ, ଡିଏସ୍‌ପି ସିଧେଶ୍ୱର ବେସ୍ ରା ଙ୍କ ନେତୃତ୍ୱରେ ରାଜ୍ୟ ଫ୍ଲାଇଙ୍ଗ ସ୍ୱାଡ଼, ସେଣ୍ଟାଲ ଡିଭିଜନ, ତିନି ଜଣ ଡିଏସ୍‌ପିଙ୍କ ସମେତ ପାଞ୍ଚ ଜଣ ଇନ୍ସପେକ୍ଟର, ୪ଜଣ ସବ ଇନ୍ସପେକ୍ଟରଙ୍କ ସହିତ ୩୫ ଜଣ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ନେଇ କାନପୁର ଥାନାର ହଟିଆପଲ୍ଲୀ ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ନକଲି ମଦ ପ୍ରସ୍ତୁତ ହେଉଥିବା ବିଭିନ୍ନ ସରଞ୍ଜାମ ସହିତ ୪୦୦ ଏମ୍‌ଏଲ୍‌ର ୩୩୬ ନକଲି ବିଦେଶୀ ମଦ ୨୬୦ ଲିଟର, ୨୧୬ଟି ବିଅର ବୋତଲ ୧୪୦ଲିଟର ଏବଂ ୧୮୦ ଏମଏଲର ୧୪୪୦ଟି ବୋତଲ ୨୬୦ ଲିଟର ନକଲି ୬୦ ଲିଟର ବିଦେଶୀ ମଦକୁ ମିଶାଇ ମୋଟ ୪୬୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଦୁଇ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ଦୁଇଟି ପାଉଚ ମଦ ପ୍ୟାକିଂ ମେସିନ ସହିତ ସରଞ୍ଜାମ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ପାଇକ ବାରବାଟୀ ଗ୍ରାମର ବିଭୂତି ଭୂଷଣ ବିଶ୍ୱାଳ ୨୨ ବର୍ଷ ଓ ବଡମ୍ବା ସଙ୍ଖାମେରୀ ଗ୍ରାମର ମନୋଜ ରାଉତ ୩୨ ବର୍ଷକୁ ଗିରଫ କରିବା ପାଇଁ ୩୩/୨୧ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ମାମଲାର ଆୟୋ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ସଞ୍ଜିତ ଵାଲା ସୂଚନା ଦେଇଛନ୍ତି। ଜବତ ମଦର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ନରସିଂହପୁର ଅବକାରୀ ଅଧିକାରୀ ଦାୟିତ୍ୱରେ ଥିବା ସବ ଇନ୍ସପେକ୍ଟର ବିଜୟ କୁମାର ଭଞ୍ଜ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!