ନୟାଗଡ଼ (ବାଘୁଆବାର୍ତ୍ତା): ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ନିହଲ ପ୍ରସାଦ ଗ୍ରାମରେ ଚଢ଼ଉ କରାଯାଇ ନକଲି ମଦ କାରଖାନା ଠାବ କରାଯାଇଛି । ସୂଚନାନୁସାରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ନିରିକ୍ଷକ ଜଗଦିସ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ପାଖାପାଖି ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ବିଶେଷ ଶୁତ୍ରରୁ ଖବର ପାଇ ଏହି ଚଢ଼ାଉ କରାଯାଇଥିଲା । ଏଥିରେ ସଂପୃକ୍ତ ଥିବା ସୁଷମା ଜେନା, ନରସିଂହପୁର ଗ୍ରାମର ଚୈତନ୍ୟ ସାହୁ, ମଧୁପୁର ଗ୍ରାମର ବସନ୍ତ ରାଉତ ଙ୍କୁ ଗିରଫ କରାଯାଇଛି । ଏଥି ସହ ୩୦୦ ଲିଟର ସ୍ପିରିଟ ବହୁ ନାମିଦାମୀ କମ୍ପାନୀର ମଦ, ଲେବୁଲ କାଗଜ, ମଦ ପାଇଁ ପ୍ରସ୍ତୁତି ସମଗ୍ର ସାମଗ୍ରୀ ଜବତ କରିଛନ୍ତି । ୫ ହଜାର ଲେବୁଲ ଖାଲି ବଟଲ, ଅନେକ ବିଦେଶୀ ମଦ, ବିୟର, ଗୁଇନ୍ଦା ବିଭାଗ ଜବତ କରିଛି । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ଖୋଳତାଡ ଆରମ୍ଭ ହୋଇଯାଇଛି । ଏହାର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ଜଣାପଡିଛି ।






