ବାଲିକୁଦା (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ରାହାଣ ସରପଞ୍ଚ ଜୀବନ ମହାରଣାଙ୍କୁ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସରପଞ୍ଚ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବାରୁ ଜିଲ୍ଲାପାଳ ଏପରି ଆକ୍ସନ ନେଇଥିବା ଜଣାପଡିଛି । ସୂଚନାନୁସାରେ, ସରପଞ୍ଚ ଶ୍ରୀ ମହାରଣାଙ୍କ ନାମରେ ପୂର୍ବରୁ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବାବଦରେ କୋର୍ଟରେ କେସ ଚାଲୁରହିଛି । ଏହି ସମୟରେ ଗତ ୧୦ ଦିନ ତଳେ ସମ୍ପୃକ୍ତ ସରପଞ୍ଚ ଇଟାପଡା ଠାରେ ଥିବା ତାଙ୍କର ଏକ ହୋଟେଲରେ ବେଆଇନ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଉଭୟ ମାମଲାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରପଞ୍ଚ ମହାରଣାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଏ ବାବଦରେ ରାହାଣ ପଞ୍ଚାୟତ ନ୍ୟାୟବ ସରପଞ୍ଚଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିବା ଜଣାପଡିଛି ।






