ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ୩୭ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ଜିତେନ୍ଦ୍ର ନାୟକ । ଶିଖରପୁର ମନ୍ଦିର ନିକଟରୁ ଅଭିଯୁକ୍ତକୁ ଧରାଯିବା ସହ ବ୍ରାଉନସୁଗର ଜବତ କରାଯାଇଥିବା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ମୋବାଇଲ ସ୍ୱାର୍ଡ଼ ଅଧିକାରୀ ଭକ୍ତବତ୍ସଳ ବର୍ମା, ଏସଆଇ ଅର୍ପିତ ରାଣୀ ସାହୁ, ଦେବୀପ୍ରସାଦ ପାଣି, ନୀଳଲୋହିତ ମଲ୍ଲିକଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।





