Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆପତି ଜନକ ଅବସ୍ଥାରେ ଅମ୍ବୁଲାନ୍ସ ଗାଡ଼ିରୁ ଗିରଫ ହେଲେ ୪ ଯୁବକ ଓ ଯୁବତୀ, ରାସ୍ତା ଉପରେ ହଲୁଥିଲା ଆମ୍ବୁଲାନ୍ସ

by ସଞ୍ଜୟ ସ୍ୱାଇଁ
May 16, 2021
in Crime, NATIONAL NEWS
ଆପତି ଜନକ ଅବସ୍ଥାରେ ଅମ୍ବୁଲାନ୍ସ ଗାଡ଼ିରୁ ଗିରଫ ହେଲେ ୪ ଯୁବକ ଓ ଯୁବତୀ, ରାସ୍ତା ଉପରେ ହଲୁଥିଲା ଆମ୍ବୁଲାନ୍ସ
682
VIEWS
Share on FacebookShare on Twitter

ବାରଣାସୀ (ବାଘୁଆବାର୍ତ୍ତା): ସାରାଦେଶ ସଙ୍କଟ ଦେଇ ଗତି କରୁଛି । ହେଲେ କିଛି ଲୋକ ଏଭଳି ଖରାପ ସ୍ଥିତିରେ ମଧ୍ୟ ମଜାମସ୍ତି କରିବାକୁ ଭୁଲୁନାହାନ୍ତି । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ବାରଣାସୀରେ ଘଟିଛି । ଆମ୍ବୁଲାନ୍ସ ଭିତରୁ ଆପତ୍ତିଜନକ ଅବସ୍ଥାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ଏହି ଲଜ୍ଜାଜନକ ମାମଲା ବାରଣାସୀର ରାମନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ସୁଜାବାଦ ଅଞ୍ଚଳରେ ଘଟିଛି । ବର୍ତ୍ତମାନ ପୋଲିସ ଏହି ମାମଲାରେ ଆମ୍ବୁଲାନ୍ସକୁ ସିଲ କରିବା ସହିତ ସମ୍ପୃକ୍ତ ଯୁବକ ଓ ଯୁବତୀଙ୍କ ଉପରେ ମାମଲା ରୁଜୁ କରି ଜେଲକୁ ପଠାଇଛି । ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ସୁଜାବାଦ ଛକ ନିକଟରେ ଦୀର୍ଘ ସମୟ ଧରି ଠିଆ ହୋଇଥିବା ଏକ ଆମ୍ବୁଲାନ୍ସକୁ ଦେଖିଥିଲେ । ଆମ୍ବୁଲାନ୍ସଟି ବହୁ ସମୟ ଧରି ହଲୁଥିଲା । ଲୋକମାନେ ରୋଗୀ ଥିବା ସନ୍ଦେହ କରିଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଆମ୍ବୁଲାନ୍ସ ସେଠାରୁ ଯାଇ ନଥିଲା । ତା’ପରେ ଲୋକମାନେ କିଛି ଅଘଟଣ ଆଶଙ୍କାରେ ବାହାର ପଟୁ ଆମ୍ବୁଲାନ୍ସ ଭିତରକୁ ଚାହିଁଥିଲେ । ଭିତରେ ସେମାନେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସରେ ୩ ଯୁବକ ଏବଂ ଜଣେ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହାପରେ ଲୋକମାନେ ପୋଲିସ ପୋଷ୍ଟକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ମୁଲାନ୍ସରେ ଭିତରେ ଥିବା ଯୁବକ ଯୁବତୀଙ୍କୁ ପୋଲିସ ଷ୍ଟେସନକୁ ଆଣିଥିଲା । ରାମନଗର ପୋଲିସ ଷ୍ଟେସନର ଥାନା ଅଧିକାରୀ ବେଦ ପ୍ରକାଶ ରାୟ କହିଛନ୍ତି, ଆମ୍ବୁଲାନ୍ସରେ ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକ-ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରି ଜେଲକୁ ପଠାଯାଇଛି । ଏହା ସହିତ ଆମ୍ବୁଲାନ୍ସକୁ ମଧ୍ୟ ସିଲ କରାଯାଇଛି । ଆମ୍ବୁଲାନ୍ସ ବାରଣାସୀର ମାଣ୍ଡୁୱାଡିହ ଅଞ୍ଚଳର ଏକ ଘରୋଇ ହସ୍ପିଟାଲର । ଯାହାକୁ ଲଙ୍କାର ଜଣେ ବ୍ୟକ୍ତି ଭଡାରେ ନେଇଥିଲେ । ଏହି ଆମ୍ବୁଲାନ୍ସକୁ ସେ ରୋଗୀଙ୍କୁ ହସ୍ପିଟାଲ ନେବାକୁ ଭଡାରେ ରଖିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!