Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋବିନ୍ଦଙ୍କ ରାଜନୈତିକ ଲିଙ୍କ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ଗୋବିନ୍ଦଙ୍କ ରାଜନୈତିକ ଲିଙ୍କ
28
VIEWS
Share on FacebookShare on Twitter

କଳାହାଣ୍ଡି/ ବଲାଙ୍ଗୀର, (ବାଘୁଆବାର୍ତ୍ତା): ବ୍ଲକ୍‌ ରାଜନୀତିରେ ଗୋଟି ଚାଳନାକରି ସଫଳ ହେବାପରେ ଗୋବିନ୍ଦଙ୍କ ରାଜନୈତିକ ଲିଙ୍କ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ରାଜ୍ୟର ବହୁ ନେତା ଓ ମନ୍ତ୍ରୀମାନଙ୍କ ସହିତ ତାଙ୍କ ସମ୍ପର୍କ ଗଢ଼ିଉଠିଥିଲା । ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିବା କଥା କମସ୍ତଙ୍କୁ ଜଣା । ଦିବ୍ୟଶଙ୍କରଙ୍କ ବ୍ୟକ୍ତିଗତ ଆଗ୍ରହଯୋଗୁ ସେଭଳି ଏକ ଘରୋଇ ଶିକ୍ଷାନୁଷ୍ଠାନର ବିଭିନ୍ନ ଉତ୍ସବରେ ଯୋଗଦେବା ପାଇଁ ମନ୍ତ୍ରୀମାନେ ସ୍ୱତନ୍ତ୍ର ହେଲିକେପ୍‌ଟରରେ ଆସୁଥିଲେ ବୋଲି ବିରୋଧୀ ଦଳର ନେତୃବୃନ୍ଦ କହୁଛନ୍ତି । ଗୋବିନ୍ଦ ଓ ତାଙ୍କ ଶିକ୍ଷାନୁଷ୍ଠାନକୁ ପ୍ରଶଂସାରେ ପୋତି ଦେବା ସହ ପ୍ରକାରାନ୍ତରେ ତାଙ୍କ ପାଇଁ ମାର୍କେଟିଂ କରୁଥିଲେ । ଏହି ପ୍ରସଙ୍ଗରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗଣମାଧ୍ୟମ ଆଗରେ କହିଛନ୍ତି, ମନ୍ତ୍ରୀମାନେ ସମସ୍ତ ପ୍ରଟୋକଲ ଭାଙ୍ଗି ବିନା ପିଏସ୍‌ଓରେ ମହାଲିଙ୍ଗ କଲେଜ କ୍ୟାମ୍ପସରେ କେଉଁ ସ୍ୱାର୍ଥରେ ରାତ୍ରୀ ଯାପନ କରୁଥିଲେ? ଏହାର ବିଧିବଦ୍ଧ ତଦନ୍ତ ପାଇଁ ସାଲୁଜା ଦାବି କରିଛନ୍ତି । ତାଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଅନେକ ଶାସକଦଳ ନେତା ଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏପରିକି ଗତ କାଲିଠାରୁ ନିଖୋଜ ମମିତାଙ୍କ ବାପା ସୂଚନ୍ଦ୍ର ମେହେର ଏଠାରେ ଯୁବତୀମାନଙ୍କୁ ଦେହଜୀବୀ ଭାବରେ ମନ୍ତ୍ରୀମାନେ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ । ତେଣୁ ବିରୋଧି ଦଳ ପକ୍ଷରୁ ମଧ୍ୟ ଏହାକୁ ପ୍ରସଙ୍ଗ କରାଯାଇଛି । ରାଜନୈତିକ ନେତୃବୃନ୍ଦଙ୍କ ବଳରେ ବଳୀୟାନ ହୋଇ ଗୋବିନ୍ଦ ଶିକ୍ଷାନୁଷ୍ଠାନ ଆଳରେ ନିଜ ଅପରାଧର ସାମ୍ରାଜ୍ୟ ଗଢ଼ିବାରେ ସକ୍ଷମ ହୋଇଥିବା ଆଲୋଚନା ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!