Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛକରୁ ଆସୁଛି କହି ଭୁବନେଶ୍ୱରରୁ ଘରୁ ବାହାରି ଆସିଥିବା ଯୁବକଙ୍କର କାଠଯୋଡ଼ି ନଦୀରୁ ମିଳିଲା ମୃତଦେହ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ଛକରୁ ଆସୁଛି କହି ଭୁବନେଶ୍ୱରରୁ ଘରୁ ବାହାରି ଆସିଥିବା ଯୁବକଙ୍କର କାଠଯୋଡ଼ି ନଦୀରୁ ମିଳିଲା ମୃତଦେହ
173
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଛକରୁ ଆସୁଛି କହି ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଘରୁ ଗତ ସନ୍ଧ୍ୟାରେ ବାହାରି ଆସିଥିବା ଯୁବକଙ୍କର ଆଜି ସକାଳୁ କାଠଯୋଡ଼ି ନଦୀରୁ ମିଳିଲା ମୃତଦେହ। ମୃତକ ହେଲେ ୨୮ ବର୍ଷୀୟ ସପନ କୁମାର ବେହେରା । ତାଙ୍କ ଘର ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୩ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ କୌଣସି ପାରିବାରିକ କଳହ ନ ଥିବା ବେଳେ ସପନ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନି। ସୂଚନା ଅନୁଯାୟୀ, ସପନ କୁମାର ବେହେରା ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାମ କରୁଥିଲେ। ଗତ ସନ୍ଧ୍ୟାରେ ଛକରୁ ଆସୁଛି କହି ଘରୁ ବାହାରି ଆସିଥିଲେ ମଧ୍ୟ ଆଉ ଘରକୁ ଫେରି ନ ଥିଲେ। ରାତି ସାଢେ ୯ଟା ପର୍ୟ୍ୟନ୍ତ ତାଙ୍କ ଫୋନ୍‌ ସୁଇଚ ଅନ୍‌ ଥିବା ବେଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହାପରେ ହଠାତ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କାଠଯୋଡ଼ି ବ୍ରିଜ ଉପରେ ଏକ ସ୍କୁଟି ଥିବା ଦେଖି ସଦର ଥାନା ପୁଲିସ୍‌ ଗାଡ଼ି ନମ୍ବର ଯାଞ୍ଚ କରିଥିଲା। ଏହାପରେ ଗାଡ଼ିଟି ସପନଙ୍କର ଜଣାପଡ଼ିବା ପରେ ଏ ନେଇ ଖାରବେଳ ନଗର ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ଖବର ପାଇ ସପନଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ସପନଙ୍କର ବୋଲି ପରିବାର ଲୋକ ଚିହ୍ନଟ କରି ସାରିଛନ୍ତି। ସଦର ଥାନା ପୁଲିସ୍‌ ସୂଚନା ଅନୁଯାୟୀ, ଗତରାତି ପ୍ରାୟ ୧୧-୧୨ରେ ସପନ କାଠଯୋଡ଼ି ବ୍ରିଜ ଉପରକୁ ଆସିଥିଲେ। ଏହାପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଖାରବେଳନଗର ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ସପନଙ୍କ ଘରେ କୌଣସି ପାରିବାରିକ କଳହ ନ ଥିବା ବେଳେ ସେ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ ବୋଲି କହିଛନ୍ତି ପରିବାରବର୍ଗ। ହେଲେ ଏହାର କାରଣ ସମ୍ପର୍କରେ ସେ କାହାକୁ କିଛି କହୁ ନ ଥିଲେ। ତେଣୁ ସେ କ’ଣ ପାଇଁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଲେ ସେ ନେଇ ପରିବାର ଲୋକ ବି ଏହାର ପ୍ରକୃତ କାରଣ ଜାଣିପାରୁ ନ ଥିବା କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!