ପୁରୀ, (ବାଘୁଆବାର୍ତ୍ତା): ପୁରୀରେ ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି। ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଛି । କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି। ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସକୁନ୍ତଳାଙ୍କୁ ଦାଦାବଟି ମଗାଯାଇଥିଲା।






