Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁମାର ପୂର୍ଣ୍ଣିମା ପୂର୍ବରୁ ଚାଲିଥିଲା ଜୁଆ ଖେଳ, ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ଉ ବେଳେ ଧରିପଡିଲେ ୬୯ ଜଣ

by ସଞ୍ଜୟ ସ୍ୱାଇଁ
October 19, 2021
in Crime, State
କୁମାର ପୂର୍ଣ୍ଣିମା ପୂର୍ବରୁ ଚାଲିଥିଲା ଜୁଆ ଖେଳ,  ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ଉ ବେଳେ ଧରିପଡିଲେ ୬୯ ଜଣ
88
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାର ଗଣପର୍ବ ଭାବେ କଥିତ କୁମାର ପୂର୍ଣ୍ଣିମା । ସେଥିପାଇଁ ଜୁଆ ଖେଳ ଜୋର୍‌ ଧରିଛି । ସେହି ଅନୁସାରେ ପୁଲିସ ମଧ୍ୟ ଚଢ଼ଉ ଜୋରଦାର କରିଛି । ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେଠାରୁ ୩୦ ହଜାର ୫୫୦ ଟଙ୍କା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜୁଆ ଆଡ୍ଡାରୁ ୨୦ ହଜାର ୩୦ ଟଙ୍କା ଜବତ କରାଯାଇ ୬ ଜଣଙ୍କୁ ଗିରଫ କରିଛି ପୁଲିସ । ସେହିପରି ପୁରୁଷୋତ୍ତମପୁର ଥାନା ପୁଲିସ ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ଉ କରି ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୪ ହଜାର ଟଙ୍କା ଜବତ କରାଯାଇଛି । ଅପରପକ୍ଷରେ ଆସିକା ଥାନା ପୁଲିସ ସୋମବାର ସନ୍ଧ୍ୟାରେ ବାଲିସିରା, ନୂଆଗାଁ, କମାଗଡ ଆଦି ସ୍ଥାନରେ ଜୁଆ ଖେଳ ଉପରେ ଚଢ଼ଉ କରିଥିଲା । ସମସ୍ତ ସ୍ଥାନରୁ ମିଳିତ ଭାବେ ୪୨୪୫୦ ଟଙ୍କା, ୭ ବାଇକ୍‌ ଓ ୧୦ ମୋବାଇଲ୍‌ ଜବତ କରାଯାଇଛି । ୩ଟି ସ୍ଥାନରୁ ମୋଟ ୨୧ ଜଣ ଗିରଫ ହୋଇଛନ୍ତି । ସେହିପରି ବେଲଗୁଣ୍ଠା ଥାନା ପୁଲିସ ସୋମବାର ୩ଟି ଜୁଆ ଆଡ୍ଡାରେ ଚଢ଼ଉ କରି ୧୬ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ୬ଟି ବାଇକ୍‌ ଓ ୭ଟି ମୋବାଇଲ୍‌ ସହ ମୋଟ ୩୭,୬୫୦ ଟଙ୍କା ଜବତ କରାଯାଇଛି । ହୁମ୍ମା ଫାଣ୍ଡି ପୁଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୨୧ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!