ସାଲେପୁର, (ବାଘୁଆବାର୍ତ୍ତା): ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଗ୍ରାମର ଏକ ବନ୍ଦ କୋଠରୀ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସ୍ମୃତିରଞ୍ଜନ ରାଉତରାୟ (୩୩ ବର୍ଷ) । ସୂଚନାନୁଯାୟୀ, ମୃତକଙ୍କ ବାପା ଅକ୍ଷୟ ରାଉତରାୟ, ମାଆ ଓ ତାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅର ବିବାହ ସାଲେପୁର ବ୍ଲକ ଅନ୍ତର୍ଗତ ଓଷଦ ଗ୍ରାମର ଜଣେ ଯୁବତୀଙ୍କ ସହିତ ୪ ବର୍ଷ ହେବ ହୋଇଥିଲା । ସ୍ମୃତିରଞ୍ଜନଙ୍କ ସ୍ତ୍ରୀ ଓ ତାଙ୍କ ଶ୍ଵଶୁର ଘରଲୋକେ ସବୁବେଳେ ସ୍ମୃତିରଞ୍ଜନଙ୍କୁ ମାନସିକ ଓ ଶାରୀରୀକ ନିର୍ୟାତନା ଦିଅନ୍ତି । କଷ୍ଟ ସହି ନପାରି ଶେଷରେ ସ୍ମୃତିରଞ୍ଜନ ଆତ୍ମହତ୍ୟା କରିଛି ବୋଲି ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ସ୍ମୃତିରଞ୍ଜନ ସିମେଣ୍ଟ ଓ ମାର୍ବଲ ମସ୍ତ୍ରୀ ଭାବେ କାମ କରନ୍ତି । ସାଲେପୁର ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡୁଛି । ଶବ ବ୍ୟବଚ୍ଛେଦ ପରେ ସବୁ ଜଣାପଡିବ ବୋଲି ପୋଲିସ ସୂଚନାଦେଇଛି।






