Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରୁ ଆସି ପୁରୀରେ ଚଳାଇଥିଲେ ଦେହ ବେପାର

by ସଞ୍ଜୟ ସ୍ୱାଇଁ
October 19, 2021
in Crime, State
ରାଜଧାନୀରୁ ଆସି ପୁରୀରେ ଚଳାଇଥିଲେ ଦେହ ବେପାର
484
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ରବିବାର ରାତିରେ ବଡ଼ଦାଣ୍ଡରୁ ୨ ଯୁବତୀଙ୍କ ସମେତ ୧୨ ଜଣଙ୍କୁ କୁମ୍ଭାରପଡ଼ା ଥାନା ପୁଲିସ ଉଠାଇ ନେଇଥିଲା । ଏମାନେ ଦେହ କାରବାରରେ ସମ୍ପୃକ୍ତ ଥିବା ନେଇ ସୁରାକ୍‌ ମିଳିବା ପରେ ପୁଲିସ ସେମାନଙ୍କୁ ନୋଟିସ୍‌ ଦେଇ ଛାଡ଼ି ଦେଇଛି । ରବିବାର ରାତି ପ୍ରାୟ୨ଟା । ବଳଗଣ୍ଡି ଛକରେ ପହଞ୍ଚିଥିଲା ଏକ କାର୍‌ ସହ ୨ ଗିଅର ବିହୀନ ସ୍କୁଟର୍‌ ଓ ଏକ ବାଇକ । ଏଥିରେ ୨ଜଣ ଯୁବତୀ ଓ ୧୦ ଜଣ ଯୁବକ ଥିଲେ । ଜଣେ ଯୁବତୀଙ୍କ ଏକ ଶିଶୁ ପୁତ୍ର ମଧ୍ୟ ଥିଲା । ବଡ଼ଦାଣ୍ଡରେ ଛିଡ଼ା ହୋଇ ଏମାନେ କିଛି ସମୟ ଧରି ଆଲୋଚନା କରିଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଘେରିଥିଲା । ପୁଲିସକୁ ଦେଖି ୧୨ ଜଣ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ଟିମ୍‌ ଘଟଣାସ୍ଥଳରୁ ଜଣେ ଯୁବତୀ ସମେତ ୭ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ୪ ଜଣ ଦୌଡ଼ି ପଳାଇଥିଲେ । ଅନ୍ୟ ଜଣେ ଯୁବତୀ ବଡ଼ଦାଣ୍ଡ ପାଶ୍ୱର୍ ଏକ କ୍ୟାବିନ୍‌ ତଳେ ପଶି ଶୋଇ ପଡିଥିଲେ । ପୁଲିସ ଖୋଜାଖୋଜି କରି ଯୁବତୀଙ୍କୁ କ୍ୟାବିନ୍‌ ତଳୁ ବାହାର କରିଥିଲା । ପ୍ରଥମେ ମୋଟ ୮ ଜଣଙ୍କୁ ଥାନାକୁ ନେଇ ଜେରା କରିବା ଆରମ୍ଭ କରିଥିଲା । ଅଟକ ୨ ଯୁବତୀ ଓ ୫ଜଣ ଯୁବକ ଭୁବନେଶ୍ୱରରୁ ଆସିଥିବା ଜଣାପଡିଥିଲା । ଅନ୍ୟ ଜଣେ ଯୁବକ ପୁରୀ ମଙ୍ଗଳାଘାଟ ଅଞ୍ଚଳର ଜଣେ କାର୍‌ ଚାଳକ ବୋଲି ଜଣାପଡିଥିଲା । ଖସିଯାଇଥିବା ୪ ଜଣ ଏହି ଯୁବକର ସାଥୀ କାର୍‌ ଚାଳକ ବୋଲି ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଏହି ୪ ଜଣଙ୍କ ପରିଚୟ ଖୋଜି ପୁଲିସ ଥାନାକୁ ଆଣି ମୋଟ ୧୨ ଜଣଙ୍କୁ ପଚରାଉଚରା କରିଥିଲା । ପ୍ରଥମେ ଏମାନେ ବ୍ରାଉନ୍‌ସୁଗର୍‌ କାରବାର କରୁଥିବା ସନ୍ଦେହ କରିଥିଲା ପୁଲିସ । ଭୁବନେଶ୍ୱରର ଗ୍ୟାଙ୍ଗ୍‌ କହିଥିଲେ ଯେ, ସେମାନେ ୩ଟି ୨ ଚକିଆ ଗାଡ଼ିରେ ୭ଜଣ ପୁରୀ ବୁଲିବାକୁ ଆସିଥିଲେ । ପୁରୀର ୫ ଜଣ ଯୁବକ କାର୍‌ ନେଇ ତେଇଶିପୁରରୁ ୨ ଯୁବତୀଙ୍କୁ ଆଣିଥିଲେ । ଏମାନେ ଏକ ହୋଟେଲ୍‌ରେ ରହିବାକୁ ଯାଉଥିଲେ । କିନ୍ତୁ ୨ଯୁବତୀଙ୍କ ଛଡା ଅନ୍ୟମାନଙ୍କ ପାଖରେ କୌଣସି ପ୍ରମାଣପତ୍ର ନଥିବାରୁ ପୁଲିସର ସନ୍ଦେହ ବଢିଥିଲା । ଦୀର୍ଘ ୨ ଘଣ୍ଟା କାଳ ଛାନ୍‌ଭିନ୍‌ ପରେ ମୋବାଇଲ୍‌ ଯାଞ୍ଚ କରିବାରୁ ଦେହ ବ୍ୟବସାୟରେ ଏମାନଙ୍କ ଲିଙ୍କ୍‌ ଥିବା ପୁଲିସ ଜାଣିବାକୁ ପାଇଥିଲା ।ଏପରିକି ଯୁବତୀ କହିଥିଲେ ଯେ, ପରିସ୍ଥିତିରେ ପଡି ଏଭଳି କାମ କରିବାକୁ ଆମେ ବାଧ୍ୟ ହେଉଛୁ । ଏପରିକି ଗତ ୧୫ ତାରିଖରେ ମଧ୍ୟ ଯୁବତୀ ପୁରୀ ଆସି ହୋଟେଲ୍‌ରେ ସମୟ କାଟିଥିବା ଜଣାପଡିଥିଲା । ଏହି ଗ୍ୟାଙ୍ଗ୍‌ ପୁରୀର ୫ ଯୁବକଙ୍କୁ ନେଇ ର୍ୟାୟକେଟ୍‌ ଚଳାଉଥିବା ସାମ୍ନାକୁ ଆସିଥିଲା । ମଙ୍ଗଳାଘାଟର ଜଣେ ମହିଳା ମଧ୍ୟ ଏହି ର୍ୟାାକେଟ୍‌ରେ ସମ୍ପୃକ୍ତ ଥିବା ଯୁବତୀ କହିଥିଲେ । ଏନେଇ ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି ଯେ,ଏମାନେ ହୋଟେଲ୍‌ ରୁମ୍‌ ଖୋଜୁଥିଲେ । ଆମେ ଆଣି ଜେରା କରିବା ପରେ ଜଣାପଡ଼ିଥିଲା ଯେ, ସେମାନେ ପରିବାର ସହ ଆସିଥିଲେ । ୩ଟି ଦୁଇଚକିଆ ଗାଡି ଥାନାରେ ରଖି ଆମେ ନୋଟିସ୍‌ ଦେଇ ସେମାନଙ୍କୁ ଛାଡିଛୁ । ଏମାନଙ୍କ ମଧ୍ୟରେ ଦୁଇଜଣ ଯୁବକ ଓ ଯୁବତୀ ଦମ୍ପତି ବୋଲି ପରିଚୟ ଦେଉଥିବାବେଳେ ଯୁବତୀଙ୍କ ଆଧାର କାର୍ଡରେ ସ୍ୱାମୀ ଭାବେ ଅନ୍ୟ ଜଣଙ୍କ ନାମ ରହିଛି । ଆବଶ୍ୟକ ପ୍ରମାଣପତ୍ର ନଦେଖି ସେମାନେ ଗୋଟିଏ ପରିବାର ବୋଲି ଆଇଆଇସି କେମିତି କହୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତଙ୍କ କଥାରେ ତାଳମେଳ ନଥିବାରୁ କେବଳ ଦେହ ବେପାର ନା ଆଉକିଛି ରହସ୍ୟ ଅଛି ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!