Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ହାଣିଲେ, ଯୁବକ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି

by ସଞ୍ଜୟ ସ୍ୱାଇଁ
October 18, 2021
in Crime, State
ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ହାଣିଲେ, ଯୁବକ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
152
VIEWS
Share on FacebookShare on Twitter

ଜଳେଶ୍ବର, (ବାଘୁଆବାର୍ତ୍ତା): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶିଖରପୁର ପଂଚାୟତର ବେଲବାରିଆ ଗ୍ରାମରେ ଅଭାବନୀୟ ଘଟଣା । ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ହାଣିଲେ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣଙ୍କ ହେଲେ ଶିବଶଙ୍କର ସେନାପତି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବେଲବାରିଆ ଗ୍ରାମର ଉମାକାନ୍ତ ସେନାପତିଙ୍କର ପୁଅ ଶିବଶଙ୍କର ସେନାପତିଙ୍କୁ ଗତ ୧୭ତାରିଖ ଅପରାହ୍ନ ସମୟରେ ସେହି ଗ୍ରାମର ସ୍ବର୍ଗତ ଛାୟାକାନ୍ତ ସେନାପତିଙ୍କର ପୁଅ ରାଜୀବ ସେନାପତି ଫୋନ୍ ଯୋଗେ ମାର୍କେଟକୁ ଡାକିଥିଲେ । ଶିବଶଙ୍କର ଘରୁ ମାର୍କେଟ ଯିବେ ବୋଲି କହି ବାହାରି ଆସିଥିଲେ । ସେଠାରେ ରାଜୀବ ଏକ ଧାରୁଆ ଛୁରୀ ସାହାଯ୍ୟରେ ତାଙ୍କ ଗଳାକୁ କାଟିବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ହାତ ଓ ଗଳା କଟିଯାଇଛି । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ଡାକ୍ତରଖାନାକୁ ନେଇଥିଲେ । ତେବେ ଗୁରୁତର ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଅ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲା ବେଳେ ନ୍ୟାୟ ପାଇଁ ଶିବଶଙ୍କରଙ୍କ ମା’ ଜଳେଶ୍ବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି । ନ୍ୟାୟ ପାଇଁ ଶିବଙ୍କର ପରିବାର ତରଫରୁ ଦାବି କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!