Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାୟରପୁର ହନୁମାନ ମନ୍ଦିରରୁ ପ୍ରଭୁ ହନୁମାନଙ୍କ ମୁକୁଟ ଚୋରି ଘଟଣାର ତିନି ମାସ ପରେ ୩ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ

by ସଞ୍ଜୟ ସ୍ୱାଇଁ
October 17, 2021
in Crime, State
ରାୟରପୁର ହନୁମାନ ମନ୍ଦିରରୁ ପ୍ରଭୁ ହନୁମାନଙ୍କ ମୁକୁଟ ଚୋରି ଘଟଣାର ତିନି ମାସ ପରେ ୩ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ
79
VIEWS
Share on FacebookShare on Twitter

ବାଲିକୁଦା, (ବାଘୁଆବାର୍ତ୍ତା): ରାୟରପୁର ହନୁମାନ ମନ୍ଦିରରୁ ପ୍ରଭୁ ହନୁମାନଙ୍କ ମୁକୁଟ ଚୋରି ଘଟଣାର ତିନି ମାସ ପରେ ବାଲିକୁଦା ପୁଲିସକୁ ସଫଳତା ମିଳିଛି । ଉକ୍ତ ଘଟଣାରେ ବାଲିକୁଦା ପୁଲିସ ଜଗତସିଂହପୁର ଥାନା ପଦ୍ମପୁରର ଜଣେ ବଣିଆ ତ୍ରିଲୋଚନ ସାଥୁଆ(୫୫)ଙ୍କ ସମେତ ୩ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଚୋରି ମୁକୁଟକୁ ବଣିଆ ଠାରୁ ଉଦ୍ଧାର କରିଛି ପୁଲିସ । ଚୋରିର ମୁଖ୍ୟ କାରପର୍ଟଦାରକୁ ଗତ ଦୁଇ ଦିନ ତଳୁ ଉଠାଇ ନେଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣ ଚୋରଙ୍କୁ ଗତକାଲି ଉଠାଇ ନେଇଥିଲା । ଚୋରି ମୁକୁଟ କିଣିଥିବା ବଣିଆକୁ ପୁଲିସ ଉଠାଇ ଆଣି ପଚରା ଉଚରା ପରେ ସେ ସଫିପୁର ଗାଁର ବୁଟା ଓରଫ ସମରେନ୍ଦ୍ର ପାଳ (୩୨) ଠାରୁ ମୁକୁଟ କିଣିଥିବା କହିଥିଲା । ପରେ ପୁଲିସ ବୁଟାକୁ ଗତକାଲି ରାତିରେ ବାନ୍ଧିଛି । ବୁଟାର ବୟାନ ଅନୁଯାୟୀ ଧର୍ମାଗଡ଼ ଗାଁର ବିଶୁ ଓରଫ ସୁବାଶିଷ ଦାସ(୩୨)କୁ ଉଠାଇ ନେଇ ପୁଲିସ ଅଟକ ରଖିଥିଲା । ସେହିପରି ଚୋରିରେ ସାମିଲ ଅନ୍ୟ ଜଣେ ବିଗତ କିଛି ମାସ ହେବ ବାହାର ରାଜ୍ୟରେ ରହି ଚାକିରି କରୁଥିବା ଜଣାପଡ଼ିଛି । କେବଳ ଏହି ମନ୍ଦିର ନୁହେଁ, ଗତ ଦିନ ମାନଙ୍କରେ ବାଲିକୁଦା ଅଞ୍ଚଳର ବିଭିନ୍ନ ମନ୍ଦିର ଓ ମଠରୁ ହୋଇଥିବା ଚୋରିରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁମାନ ଲଗାଇଛି ପୁଲିସ । ଅଭିଯୁକ୍ତମାନଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜାମିନ ନାମଞ୍ଜର ହେବାରୁ ତିନି ଜଣଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଥାନା ଅଧୀନ କୃଷ୍ଣଦାସପୁର ପଞ୍ଚାୟତ ରାୟରପୁର ଗାଁରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ହନୁମାନ ମନ୍ଦିର ଓ କ୍ଷେତ୍ରପାଳ ମନ୍ଦିରରେ ଉକ୍ତ ଦୁଇ ଦିଅଁ ପୂଜା ପାଉଛନ୍ତି । ଭକ୍ତଙ୍କ ଦାନରେ ଏହି ଦିଅଁ ମାନଙ୍କର ବିଭିନ୍ନ ଅଳଙ୍କାର ସମେତ ଚାନ୍ଦିର ମୁକୁଟ ତିଆରି କରାଯାଇ ପ୍ରଭୁ ମାନଙ୍କୁ ବିଭୂଷିତ କରାଯାଉଥିଲା । ମାତ୍ର ଚୋର ମାନଙ୍କ ଲୋଲୁପ ଦୃଷ୍ଟି ଏହି ମନ୍ଦିର ଉପରେ ପଡ଼ିବାରୁ ଗତ ବର୍ଷ ଦଶହରା ଦିନ ଦୁଇ ଠାକୁରଙ୍କ ୨ ଟି ମୁକୁଟ ସମେତ ଭକ୍ତଙ୍କ ଦାନ ଅର୍ଥ ଚୋରି ଚୋରି ହୋଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ସେତେବେଳେ କରାଯାଇଥିଲା । ହେଲେ ପୁଲିସ ନା ଚୋରି ଅଳଙ୍କାର ନା ଚୋର କାହାରିକୁ ହେଲେ ଠାବ କରି ପାରି ନଥିଲା । ସେପଟେ ଏହାର ଠିକ ୬ ମାସ ପରେ ମନ୍ଦିର ପୂଜକଙ୍କ ମୋବାଇଲକୁ ଚୋର ଚୋରିକରି ନେଇଥିଲେ । ଆଉ ଏହା ପରେ ଗତ ଜୁଲାଇ ୨୩ ତାରିଖରେ ଅନୁରୂପ ଭାବେ ମହାବୀରଙ୍କ ରୁପାର ମୁକୁଟକୁ ଚୋରି କରି ନିଆଯାଇ ଉକ୍ତ ମୁକୁଟକୁ ଜଗତସିଂପୁର ଥାନା ଅନ୍ତର୍ଗତ ଗଉଡ଼ୁଣି ପଡ଼ିଆ ବଜାରରେ ଥିବା ଏକ ଗହଣା ଦୋକାନରେ ବିକ୍ରି କରିଥିବା ସୂଚନା ମିଲିଥିଲା । ଏନେଇ ମନ୍ଦିର ପରିଚାଳନା ପରିଷଦ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ବିଶୁ ବ୍ୟବହାର କରୁଥିବା ବାଇକ୍‌କୁ ପୁଲିସ ଜବତ କରିଥିବା ଜାଣିବାକୁ ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!