କରଞ୍ଜିଆ, (ବାଘୁଆବାର୍ତ୍ତା): କରଞ୍ଜିଆ ଯଶୀପୁର ଥାନା ଧୁଡୁକୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଠେଙ୍ଗାରେ ପିଟିପିଟି ପଡୋଶୀ ଜଣେ ମହିଳାଙ୍କୁ ମାରିଦେଇଥିବା ଜଣାପଡ଼ିଛି । ଏଥିରେ ନିଜ ସ୍ତ୍ରୀକୁ ରକ୍ଷାକରିବାକୁ ଯାଇ ସ୍ୱାମୀ ଆକ୍ରମଣର ଶୀକାର ହୋଇଛି । ଅଭିଯୁକ୍ତ ମାଧବ ଚନ୍ଦ୍ର ନାଏକଙ୍କର ତାଙ୍କ ପଡୋଶୀ ମାଧବ ନାଏକଙ୍କ ସହ କୌଣସି କାରଣ ବଶତଃ ବଚସା ହେବାପରେ ପ୍ରଥମେ ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲା । ନିଜ ସ୍ତ୍ରୀକୁ ମାରିବାକୁ ଗୋଡ଼ାଉଥିବା ଦେଖି ମୃତକ ମାଧବ ନାଏକ ତାକୁ ବାଧାଦେବାରୁ ତାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଅଭିଯୁକ୍ତ ପଡୋଶୀ ମାଧବ ଚନ୍ଦ୍ର ନାଏକ । ଯଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ମାଧବ ଚନ୍ଦ୍ର ନାଏକକୁ ଗିରଫ କରିଛି । ଏନେଇ ପୋଲିସ୍ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।






