Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୃତ ଡାକ୍ତରୀ ଛାତ୍ରୀଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ ପରିବାର, ଘରେ କଳାକନା ବୁଲାଇଲେ ଚୋର

by ସଞ୍ଜୟ ସ୍ୱାଇଁ
October 16, 2021
in Crime, State
ମୃତ ଡାକ୍ତରୀ ଛାତ୍ରୀଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ ପରିବାର, ଘରେ କଳାକନା ବୁଲାଇଲେ ଚୋର
210
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ସିଭିଲ କୋର୍ଟ ପଛପଟେ ରହୁଥିବା ବଲାଙ୍ଗୀର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋ ସମାରୁ ନନ୍ଦଙ୍କ ଘରେ କଳାକନା ବୁଲାଇଲେ ଚୋର । ନଗଦ ୩ ଲକ୍ଷ ୫୦ହଜାର ଟଙ୍କା ସମେତ ବିପୁଳ ସୁନା ଗହଣା, ଦାମୀ ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ରାତିରେ ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ରୀ ନିରୂପମାଙ୍କ ବାପା ହେଲେ ସମାରୁ ନନ୍ଦ । ଗତ ୬ ତାରିଖ ବିଳମ୍ବିତ ରାତିରେ ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରେ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ଗାଁକୁ ଯାଇଥିଲେ । ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଚୋର । ଗତ ୬ ତାରିଖରେ ଝିଅର ମୃତ୍ୟୁ ପରେ ୭ ତାରିଖ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଧରି ପରିବାର ଲୋକେ ଗାଁକୁ ଯାଇଥିଲେ । ତେବେ ଘରେ ତାଲା ଝୁଲୁଥିବା ବେଳେ ଚୋର ପଛପଟ ଗେଟ୍ ଭାଙ୍ଗି ସୁନା ଗହଣା, ଲକ୍ଷାଧିକ ଟଙ୍କା ସହ ଦାମୀ ଓ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛି । ଶନିବାର ସକାଳ ୧୨ଟାରେ ପରିବାର ଲୋକେ ଘରେ ପହଞ୍ଚିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତ ରବିବାର ଦିନ ସମାରୁ ଗାଁରୁ ଆସିଥିବା ବେଳେ ସବୁ ଠିକ ଠାକ ରହିଥିଲା । ତେବେ ଗତ ୨ ଦିନ ଭିତରେ ଏହି ଚୋରି ହୋଇଥିବା କହିଛନ୍ତି ପରିବାର ଲୋକ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!