Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନୀଷ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା, ୩ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
October 16, 2021
in Crime, State
ମନୀଷ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା, ୩ ଅଭିଯୁକ୍ତ ଗିରଫ
244
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟ। ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଏନେଇ ପ୍ରେସମିଟ୍‌ କରି ଭୁବନେଶ୍ୱର ଡିସିପି ବିସ୍ତୃତ ସୂଚନା ଦେବେ। ପୂର୍ବରୁ ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସୂଚନା ମୁତାବକ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ୭ ଦିନ ବିତି ଯାଇଛି। କିନ୍ତୁ ଏଯାଏ ଏହି ମୃତ୍ୟୁ ଉପରୁ ରହସ୍ୟ ଉଠିପାରିନାହିଁ। ମନୀଷଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ତେବେ ତାଙ୍କ ମୃତ୍ୟୁ ପରେ ଏବେ ପ୍ରତି ଦିନ ନୂଆ ଖୁଲାସା ହେବାରେ ଲାଗିଛି। ତଦନ୍ତ ବେଳେ ହୋଟେଲ୍, ବିଲ୍ ଓ ବଚସା ସାମ୍ନାକୁ ଆସିଛି। ଘଟଣା ଗତ ଅର୍ଥାତ୍ ଶନିବାର ରାତିରେ ମନୀଷଙ୍କୁ ସାଉଥ୍ ସିଟି ହୋଟେଲକୁ ନିଆଯାଇଥିଲା। ସେହି ହୋଟେଲର ବିଲ୍ ପେମେଣ୍ଟକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। କୁହାଯାଉଛି, ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ। ଏହାପରେ କିଛି ଲୋକ ତାଙ୍କୁ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ। ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଟଙ୍କା ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକେ। ଏହି ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି। ତା ପୂର୍ବରୁ ମନୀଷଙ୍କ ସହ ହୋଟେଲକୁ ଯାଇଥିବା ୪ ଯୁବକ ବାହାରି ଯାଇଥିବା ବେଳେ ବିଲ୍ ପେମେଣ୍ଟ ପରେ ଏକୁଟିଆ ବାହାରିଥିଲେ ମନୀଷ। ହୋଟେଲ୍ ବାହାରେ ମନୀଷ ଓ ଅନ୍ୟ ୪ ଯୁବକଙ୍କ ମଧ୍ୟରେ ବିଲ୍ ପେମେଣ୍ଟକୁ ନେଇ ପୁଣି ବଚସା ହୋଇଥିଲା। ଆଉ ଏହାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ। ହେଲେ ହୋଟେଲକୁ ସାଙ୍ଗରେ ଯାଇଥିବା ଯୁବକ କିନ୍ତୁ ଘଟଣାସ୍ଥଳରୁ ଖସିଯାଇଥିଲେ। ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ଧରାପଡ଼ିଥିବା ମୃତ୍ୟୁଞ୍ଜୟ ଏବଂ ଦିନେଶ ୟୁନିଟ୍-୪ ସ୍ଥିତ ସ୍ୱାଗତ ହୋଟେଲକୁ ସକାଳ ୫ଟାରେ ଚେକ୍ ଇନ୍ କରିଥିଲେ। ୧୨ ଘଣ୍ଟା ସେଠାରେ ରହିବା ପରେ ଦୁହେଁ କନ୍ଧମାଳ ପଳାଇଥିଲେ। ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଭୁବନେଶ୍ୱର ଏମ୍‌ସ ପିଆର୍‌ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!