Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
October 16, 2021
in Crime, State
ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ
153
VIEWS
Share on FacebookShare on Twitter

କରଞ୍ଜିଆ, (ବାଘୁଆବାର୍ତ୍ତା): ମୟୁରଭଞ୍ଜରେ ଲଜ୍ଜା। ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ। ରରୁଆଁ ଥାନା ଅନ୍ତର୍ଗତ ଭଣ୍ଡନ ନଦୀ କୂଳରେ ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୃଦ୍ଧା ଜଣଙ୍କ ସାପ୍ତାହିକ ହାଟରୁ ଫେରୁଥିବା ବେଳେ ତାଙ୍କୁ ଗାଁରେ ଛାଡିଦେବେ ବୋଲି କହି ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ନଦୀକୂଳକୁ ନେଇ ଗଣଦୁଷ୍କର୍ମ କରିଛନ୍ତି। ସୂଚନାନୁଯାୟୀ, ଗତକାଲି ରାତିରେ ଶୁକୃଳି ସାପ୍ତାହିକ ହାଟରୁ ଜଣେ ୬୦ ବର୍ଷୀୟା ବୃଦ୍ଧା ଫେରୁଥିବା ବେଳେ ଗାଁକୁ ପହଞ୍ଚାଇ ଦେବେ ବୋଲି ୨ ଜଣ ଦୁର୍ବୃତ୍ତ କହିଥିଲେ। ଏହାପରେ ବୃଦ୍ଧାଙ୍କୁ ୨ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଗାଁରେ ପହଞ୍ଚାଇବା ପରିବର୍ତ୍ତେ ନଦୀକୂଳକୁ ନେଇଯାଇଥିଲେ। ସେଠାରୁ ୭ ରୁ ୮ ଜଣ ଦୁର୍ବୃତ୍ତ ମିଶି ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରିବା ବେଳେ ବୃଦ୍ଧା ଜଣଙ୍କ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ ଓ ଅନ୍ୟାନ୍ୟ ସ୍ଥାନକୁ ଆକ୍ରମଣ କରି ସେଠାରେ ଛାଡି ଚାଲିଯାଇଥିଲେ। କିଛି ସମୟରେ ପରେ ଶୁକୃଳି ଓ ରରଆଁ ରାସ୍ତାରେ ବୃଦ୍ଧା ଜଣକ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ରରୁଆଁ ପୋଲିସ ବୃଦ୍ଧାଙ୍କ ବୟାନ ଅନୁଯାୟୀ ଏକ ମାମଲା ରୁଜ୍ଜ କରି ତଦନ୍ତ ଜାରି ରଖିଥିବାବେଳେ ବୃଦ୍ଧାଙ୍କ ଘର ଶୁକୃଳି ବ୍ଲକ ଏକଘରି ବୋଲି ଜଣାପଡ଼ିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!