ସୋନପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଦ୍ୱାରା ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏହା ସହ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତରଭା ଥାନା ଅନ୍ତର୍ଗତ ସିଲାଟିମୁଣ୍ଡା ଗ୍ରାମର ହିରାଧାର ସାହୁ ଗଞ୍ଜେଇ କାରବାରରେ ଲିପ୍ତ ଥିବା ପୋଲିସ ଖବର ପାଇଥିଲା । ତରଭା ପୋଲିସ ଏସଆଇ ଆରତୀ କହଁରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲା । ଅଭିଯୁକ୍ତ ହିରାଧର ସାହୁ ଗାଁ ପୋଖରୀ ପାଖରେ ଥିବା ପାଳଗଦାରେ ଲୁଚାଇ ରଖିଥିବା ଗଞ୍ଜେଇକୁ ପୋଲିସ ଜବତ କରିଥିଲା । ଜବତ ଗଞ୍ଜେଇର ପରିମାଣ ୧୫ କେଜି ହେବ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ତରଭା ଥାନା କେସ ନମ୍ବର ୨୦୩/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।






