ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା କରାଯାଇଛି। ସେକ୍ଟର-୫ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲ ପାଚେରୀ କଡରୁ ମୃତଦେହ ଉଦ୍ଧାର ହୋଇଛି। ମାତ୍ର ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






