Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦହିବରା ଆଳୁଦମ୍‌ ବେପାରୀଠୁ ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଜବତ

by ସଞ୍ଜୟ ସ୍ୱାଇଁ
October 14, 2021
in Crime, State
ଦହିବରା ଆଳୁଦମ୍‌ ବେପାରୀଠୁ ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଜବତ
594
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ବିକ୍ରି କରି ଆସୁଥିବା ଜଣେ ଯୁବକଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ସେ ହେଲା ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର ନାୟକ(୩୫) । ତା’ ପାଖରୁ ବ୍ରାଉନ୍‌ସୁଗର୍‌ ଥିବା ପ୍ରାୟ ୫୦ଟି ପୁଡ଼ିଆ ମିଳିଛି । ତେବେ ସବୁ ପୁଡ଼ିଆ ମିଶାଇ ସେଥିରୁ ୩ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର୍‌ ଥିବା ଅନୁମାନ କରାଯାଇଛି । ବ୍ରାଉନ୍‌ସୁଗର୍‌ ପୁଡ଼ିଆ କାହା ମାର୍ଫତରେ ଅଣାଯାଇଥିଲା ତାହା ଉପରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି । ସ୍ଥାନୀୟ କଲେଜ ଛକରେ ପ୍ରତିଦିନ ଦହିବରା ଆଳୁଦମ୍‌ ବେପାର କରେ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର । ହେଲେ ସେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ବେଶ୍‌ ସନ୍ତର୍ପଣରେ ବିକ୍ରି କରି ଆସୁଥିଲା । ଆଜି ଜଗତସିଂହପୁର ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା । କିନ୍ତୁ କଣ୍ଟାବଲ୍ଳଭପୁର ଅଞ୍ଚଳରେ ବ୍ରାଉନ୍‌ସୁଗର ଚଳାଉଛନ୍ତି ଅନ୍ୟ ଏକ ରାକେଟ୍‌ । ଉକ୍ତ ରାକେଟ୍‌ ହିଁ ସଂପୃକ୍ତ ଦହିବରା ଆଳୁଦମ୍‌ ବେପାରୀକୁ ମୋହରା କରିଥିବା ସନ୍ଦେହ ହେଉଛି । କାରଣ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବ୍ରାଉନ୍‌ସୁଗର ଓ ଚୋରା ପିସ୍ତଲ ନେଟୱର୍କ ଉପରେ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି । ଫଳରେ ବ୍ରାଉନ୍‌ସୁଗର୍‌ ଚାଲାଣକାରୀମାନେ ନୂଆ ଗେମ୍‌ ପ୍ଲାନ ଖେଳି ଫୁଟ୍‌ପାଥ୍‌ରେ ଦୋକାନ ଦେଇଥିବା ନିର୍ଦ୍ଧିଷ୍ଟ କିଛି ଦୋକାନୀମାନଙ୍କୁ ମୋହରା କରିଛନ୍ତି । ବିଶେଷକରି ଫାଷ୍ଟଫୁଡ଼୍‌ ସେଣ୍ଟର ଓ ଦହିବରା ଆଳୁଦମ୍‌ ବେପାରୀଙ୍କ ପକେଟ୍‌ରେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଭର୍ତ୍ତି କରି ନିଶା ମାଫିଆମାନେ ଚତୁରତାର ସହ ନିଜର ରାଜୁତିକୁ ବଜାୟ ରଖିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବ୍ରାଉନ୍‌ସୁଗର୍‌ର ଏକ ବଡ଼ ରାକେଟ୍‌କୁ କାବୁ କରି ନଗଦ ୨୧ ଲକ୍ଷ ଟଙ୍କା ଜବତ କରି ସାଧାରଣରେ ବେଶ ପ୍ରଶଂସିତ ହୋଇଥିବା ଏରସମା ପୁଲିସ ଆଜି ପୁଣି ତିନି ବ୍ରାଉନ୍‌ସୁଗର୍‌ ବେପାରୀଙ୍କୁ ଗିରଫ କରିଛନ୍ତି । ଏରସମା କୃଷି ବିଭାଗ କାର୍ୟ୍ୟାଳୟ ନିକଟରୁ ଏମାନଙ୍କୁ ପୁଲିସ ପକ୍ଷରୁ ଘେରାଉ କରାଯାଇଥିଲା । ନଗଦ ୧୨୦୦ ଟଙ୍କା ସହ ୧୪ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର୍‌ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଏରସମା ଶିବପୁର ଗ୍ରାମର ବାବୁନା ଓରଫ ବିନୟ କୁମାର ଦାସ(୩୦), ଶ୍ରୀରାମପୁରର ପାପୁନି ଓରଫ ପ୍ରକାଶ ଚନ୍ଦ୍ର ଦାସ(୩୦) ଓ ଗୋବିନ୍ଦପୁରର ପପୁ ଓରଫ ତପନ ତରୁଣ ମହାପାତ୍ର(୪୫) । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରିଣୀ ଲିଜାରାଣୀ ବିଶ୍ୱାଳ ଜଣାଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!