Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜପଥ କଡରୁ ଗଳିତ ଶବ ଉଦ୍ଧାର ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ

by ସଞ୍ଜୟ ସ୍ୱାଇଁ
October 14, 2021
in Crime, State
ରାଜପଥ କଡରୁ ଗଳିତ ଶବ ଉଦ୍ଧାର ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ
142
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ହଳଦିଆପଦର ରାଜପଥ କଡରୁ ଗଳିତ ଶବ ଉଦ୍ଧାର ଘଟଣାରେ ୪ ଜଣକୁ ଅଟକ ରଖିଛି ଗୋଷାଣୀନୂଆଗାଁ ପୋଲିସ । ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ୧୬ ନଂ ଜାତୀୟ ରାଜପଥ ନିକଟରୁ ପୋଲସରାର ସୁଧୀର କୁମାର ସାହୁଙ୍କ ଗଳିତ ଶବ ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ କାବୁ କରିଛି । ସେମାନେ ହେଲେ ବାବୁ ଆଚାରୀ, ଲିକୁ ମହାପାତ୍ର, ରାଜୁ ଗୌଡ, ଶଙ୍କର ଗୌଡ । ମୃତ ସୁଧୀର ଓ ଅଭିଯୁକ୍ତମାନେ ମିଳିମିଶି ଭୋଜିଭାତର ଆୟୋଜନ କରିଥିଲେ । କୌଣସି କାରଣକୁ ନେଇ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ସୁଧୀରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଡୁରା ନିକଟସ୍ଥ ପଥରାରେ ସୁଧୀରଙ୍କୁ ହତ୍ୟା କରାଯିବା ପରେ ତାଙ୍କୁ ଜାତୀୟ ରାଜପଥ କଡରେ ଫୋପାଡି ଦେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସେହିକ୍ରମରେ ଥାନାରେ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଗତ ୭ ତାରିଖରେ ହଳଦିଆପଦର ଓଭରବ୍ରିଜ୍ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତଦେହ ରାଜପଥ କଡରେ ପଡ଼ିଥିବା ନେଇ ଖବର ପାଇବା ପରେ ଗୋଷାଣୀନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସୁଧୀରଙ୍କ ଗଳିତ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରୁ ମୃତକଙ୍କ ୨ଟି ମୋବାଇଲ, ମନିପର୍ସ ମିଳିଥିବା ବେଳେ କିଛି ଦୂରରେ ତାଙ୍କ ପ୍ୟାଣ୍ଟ ଓ ସାର୍ଟ ମିଳିଥିଲା । ସୁଧୀର ଶରୀର ସମ୍ପୂର୍ଣ୍ଣ ଉଲଗ୍ନ ରହିଥିବା ବେଳେ କେବଳ ଏକ ଗାମୁଛା ଆବଦ୍ଧ ହୋଇଥିଲା । ପୋଲିସ ସୁଧୀରଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦେବା ସହ ଗଳିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲା । ବ୍ୟବଚ୍ଛେଦ ବେଳେ ସୁଧୀରଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଥିଲା । ତେଣୁ ତାଙ୍କୁ କେହି ହତ୍ୟା କରିବା ପରେ ଏଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଇଥିଲା । ସୁଧିରଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାରୁ ପୂର୍ବ ଶ୍ରତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ ଉପୁଜିଥିଲା । ଏପରିକି ବଡ ଡାକ୍ତରଖାନା ଏଫଏମଟି ବିଭାଗର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ତଥ୍ୟପ୍ରମାଣ ସଂଗ୍ରହ କରିଥିଲେ । ମୃତ୍ୟୁ ପୂର୍ବରୁ ସୁଧୀରଙ୍କ ସହ ଯୋଗାଯୋଗରେ ଥିବା ଏକାଧିକ ବ୍ୟକ୍ତିଙ୍କୁ ସନ୍ଦେହ କରି ଥାନାକୁ ଆଣି ପଚରାଉଚରା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଘଟଣାଦିନ ସୁଧୀରଙ୍କ ସମେତ ୭ ରୁ ୮ଜଣ ମିଶି ପଥରାଠାରେ ଭୋଜି କରିଥିଲେ । କୌଣସି କାରଣକୁ ନେଇ ସୁଧୀର ଓ ଅନ୍ୟମାନଙ୍କ ସହ ଗଣ୍ଡଗୋଳ ହେବାରୁ ୪ଜଣ ମିଶି ସୁଧୀରଙ୍କୁ ହତ୍ୟା କରିଥିଲେ । ସୁଧୀରଙ୍କ ମୃତ୍ୟୁ ହୋଇଯିବା ପରେ ଏକ ଅଟୋ ଯୋଗେ ତାଙ୍କ ମୃତଦେହକୁ ଆଣି ହଳଦିଆପଦର ଜାତୀୟ ରାଜପଥ କଡରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ତେବେ ଗୋଷାଣୀନୂଆଗାଁ ଥାନା କେସ୍ ନଂ ୧୩୮/୨୧ରେ ଏକ ମାମଲା ରୁଜୁ କରି ହତ୍ୟା ମାମଲାରେ ସଂପୃକ୍ତ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ଡୁରା ଓ ପଥରା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!