Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ଡିଆଇଜି କହିଲେ ବୋମାମାଡ଼ କରିଥିବା ଯୁବକ ସମ୍ପର୍କରେ ମିଳିସାରିଛି ସୂଚନା , ଖୁବ୍‌ଶୀଘ୍ର ହେବ ଗିରଫ

by ସଞ୍ଜୟ ସ୍ୱାଇଁ
October 14, 2021
in Crime, State
ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ଡିଆଇଜି କହିଲେ ବୋମାମାଡ଼ କରିଥିବା ଯୁବକ ସମ୍ପର୍କରେ ମିଳିସାରିଛି ସୂଚନା , ଖୁବ୍‌ଶୀଘ୍ର ହେବ ଗିରଫ
95
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ସଦର ବିଧାୟକ ତଥା ବିଜେପି ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ହତ୍ୟା ଉଦ୍ୟମ କରି ତାଙ୍କ ଗାଡି ଉପରକୁ ବୋମାମାଡ଼ ରବିବାର ହୋଇଥିଲା । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ଣତା ଦେଖାଦେଇଥିଲା । ତେବେ ଘଟଣାର ୪ଦିନ ବିତିବାକୁ ବସିଥିବା ସମୟରେ ବୁଧବାର ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କେନ୍ଦୁଝରରେ ପହଞ୍ଚିଛନ୍ତି । ଡିଆଇଜି ବୋମାମାଡ଼ ହୋଇଥିବା ସ୍ଥାନ ପରିଦର୍ଶନ କରିବା ପରେ ତଦନ୍ତ ପ୍ରକ୍ରିୟା ପରଖିଛନ୍ତି । ବୈଷୟିକ ଜ୍ଞାନକୁ ଆଧାର କରି ତଦନ୍ତ ଜାରି ରହିଥିବା ସମୟରେ ୨ ଅପରାଧିକୁ ପୁଲିସ ଚିହ୍ନଟ କରି ସାରିଥିବା ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଫେରାର ରହିଥିବାରୁ ଖୁବ୍‌ଶୀଘ୍ର ଗିରଫ ହେବେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । କେନ୍ଦୁଝରରେ ପ୍ରଥମଥର ପାଇଁ ଜଣେ ବିଧାୟକଙ୍କ ଉପରକୁ ବୋମାମାଡ଼ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ରାଜ୍ୟର ମୁଖ୍ୟ ବିରୋଧ ଦଳ କୁହାଯାଉଥିବା ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡିକୁ ବୋମାମାଡ଼ ହେବା ପରେ ରାଜ୍ୟର ବିଜେପି ବିଧାୟକମାନେ ଶାସକଦଳକୁ କଡା ସମାଲୋଚନା କରିଥିଲେ । ଏହାସହିତ ପୁଲିସର କାର୍ୟ୍ୟଦକ୍ଷତା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଅପରାଧୀକୁ ଧରିବା ପାଇଁ ପୁଲିସ ଉପରେ ଚାପ ପଡିଥିଲା । ପୁଲିସ ମଧ୍ୟ ବୋମାମାଡ଼ ଘଟଣାର ସତ୍ୟ ଉନ୍ମୋଚନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲା । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ସହରରେ ଲାଗିଥିବା ସିସି କ୍ୟାମେରା ସହିତ କେତେକ ବ୍ୟବସାୟିକ ଅନୁଷ୍ଠାନର ସିସିକ୍ୟାମେରାକୁ ଅନୁଧ୍ୟାନ କରି ଅପରାଧୀ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରିଥିଲା । ଶେଷରେ ଅପରାଧୀ ବ୍ୟବହାର କରୁଥିବା ଗାଡିକୁ ଚିହ୍ନଟ କରାଯାଇଥିଲା । ବିଧାୟକ ଏତଲାରେ ଦେଇଥିବା ଗାଡି ନମ୍ବର ଓ ଅପରାଧୀ ବ୍ୟବହାର କରୁଥିବା ବାଇକ୍‌ ନମ୍ବରରେ ସାମଞ୍ଜସ୍ୟ ରହୁଥିବାରୁ ପ୍ରାଥମିକ ତଦନ୍ତରେ ବାଧା ଉପୁଜିଥିଲା । ସିସି କ୍ୟାମେରାକୁ ଭିତ୍ତି କରି ପୁଲିସ ଅପରାଧୀକୁ ଚିହ୍ନଟ୍‌ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଡିଆଇଜି ପଙ୍କଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଇକ୍‌ରେ ଦୁଇଜଣ ଯୁବକ ବୋମାମାଡ଼ ଘଟଣାରେ ସମ୍ପୃକ୍ତ । ବାଇକ୍‌ ଚାଳକକୁ ଚିହ୍ନଟ୍‌ କରାଯାଇ ସାରିଥିବା ବେଳେ ଅନେକ ପ୍ରମାଣ ପୁଲିସର ହସ୍ତଗତ ହୋଇସାରିଛି । ପଛରେ ବୋମା ଧରି ବସିଥିବା ଯୁବକକୁ ଚିହ୍ନଟ୍‌ ପାଇଁ ବିଳମ୍ବ ହୋଇଥିଲା । ପରବର୍ତ୍ତୀ ସମୟରେ ବୋମାମାଡ଼ କରିଥିବା ଯୁବକ ସମ୍ପର୍କରେ ମଧ୍ୟ ସୂଚନା ପୁଲିସକୁ ମିଳିସାରିଛି । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଧରାପଡିବେ ବୋଲି ଡିଆଇଜି କହିଛନ୍ତି । କେନ୍ଦୁଝର ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଥିବା ସେ କହିବା ସହିତ ଖୁବଶୀଘ୍ର ଏହାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!