ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ମାଲ୍ ସ୍କୁଲ ପଛ ପଟେ ଥିବା ଏକ କ୍ଷେତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ। ମୃତ ଯୁବକ ଜଣଙ୍କ ବଡଗାଁ ମାଲ୍ ଗ୍ରାମର ଡୁଲାମଣି ଦଣ୍ଡସେନା। ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ମାଲ୍ ସ୍କୁଲ ପଛ ପଟେ ଥିବା ଏକ କ୍ଷେତରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ଯୁବକ ଜଣଙ୍କ ବଡଗାଁ ମାଲ୍ ଗ୍ରାମର ଡୁଲାମଣି ଦଣ୍ଡସେନା ବୋଲି ଜଣା ପଡିଛି । ଏହାପରେ ଗାଁ ଲୋକେ ଲେଫ୍ରିପଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ ଯୁବକଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଚାଲିଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।





